Monday, November 16, 2026
Home ଆଞ୍ଚଳିକ ମହୁଲ ଗୁଡିଆ ଛକର ବିଶିଷ୍ଟ ବ୍ୟବସାୟୀ ହରେକୃଷ୍ଣ ସାହୁଙ୍କ ପରଲୋକ

ମହୁଲ ଗୁଡିଆ ଛକର ବିଶିଷ୍ଟ ବ୍ୟବସାୟୀ ହରେକୃଷ୍ଣ ସାହୁଙ୍କ ପରଲୋକ

43

ଜଟଣୀ,୧୩/୫(ଜିଲ୍ଲା ଖଵର) : ସ୍ଥାନୀୟ ପୌରାଞ୍ଚଳ ଅନ୍ତର୍ଗତ ମହୁଲ ଗୁଡିଆ ଛକର ପୁରାତନ ତଥା ବରିଷ୍ଠ ବ୍ୟବସାୟୀ ହରେକୃଷ୍ଣ ସାହୁ (ହରି) ଙ୍କର ବୁଧବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ଦୀର୍ଘଦିନଧରି ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ବୋଲି ତାଙ୍କର ପୁରା ସଂଗ୍ରାମ ସାହୁ କହିଛନ୍ତି । ହରି ସାହୁଙ୍କ ଜନ୍ମିତ ସ୍ଥାନ ଜଟଣୀ ନିବାଚନ ମଣ୍ଡଳୀ ଅନ୍ତର୍ଗତ ମହୁଲ ଗ୍ରାମରେ । ସେ ଯୁବ ଅବସ୍ଥାରେ ସପରିବାର ଜଟଣୀ ଆସି ବଜାରର ମୁଖ୍ୟରାସ୍ତା କଡ଼ରେ ଚା ଓ ଜଳଖିଆ ଦୋକାନ କରିଥିଲେ । ହରି ସାହୁଙ୍କ କଳଖିଆ ଦୋକାନ ଏତେ ପ୍ରସିଦ୍ଧି ଭାଇ କଲା ସେ ସେ ଦୋକାନ କରିଥିବା ଛଳର ନାମ ତାଙ୍କ ଗ୍ରାମ ମହୁଲ ଗୁଡିଆ ନାମରେ ନାମିତ ହୋଇଛି । ପୁରୁଣା ବନ୍ଧୁ ହରି ସାହୁଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ବିଧାୟକ ସୁରେଶ ରାଉତରାୟ ତାଙ୍କ ମନ୍ଦିର ଗୁଡ଼ିଆ ବାସଭବନରେ ପହଞ୍ଚି ମର ଶରୀରରେ ପୁଷ୍ପମାଲ୍ୟ ଦେଇ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ଶ୍ରୀ ରାଉତରାୟ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।