Monday, November 16, 2026
Home ଆଞ୍ଚଳିକ ଜେଲରେ ସଂକୀର୍ତ୍ତନ ସହ ଗଞ୍ଜେଇ ଚିଲମ ଟଣାଯାଉଥିବା ପରେ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟକୁ ନେଇ ଉଠିଥିଲା ପ୍ରଶ୍ନ

ଜେଲରେ ସଂକୀର୍ତ୍ତନ ସହ ଗଞ୍ଜେଇ ଚିଲମ ଟଣାଯାଉଥିବା ପରେ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟକୁ ନେଇ ଉଠିଥିଲା ପ୍ରଶ୍ନ

16

ଭୁବନେଶ୍ୱର,୧୩/୦୫/୨୧ (ଜିଲ୍ଲା ଖବର) : ବଦଳିଲେ ଝାରପଡ଼ା ଜେଲ ସୁପରିଟେଣ୍ଡେଣ୍ଟ । ଧୀରେନ୍ଦ୍ର ନାଥ ବାରିକଙ୍କୁ ବଦଳି କରାଯାଇଛି । ସରୋଜ କୁମାର ବିଶ୍ବାଳ ହେଲେ ଝରପଡା ଜେଲର ନୂଆ ସୁପରିଟେଣ୍ଡେଣ୍ଟ । ଝାରପଡ଼ା ଜେଲରେ ଅନେକ ସମୟରେ ଅବ୍ୟବସ୍ଥା ସାମ୍ନାକୁ ଆସୁଥିଲା । ଆଜି ସକାଳେ ମଧ୍ୟ ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ଜେଲ ଭିତରେ କଏଦୀମାନେ ସଂକୀର୍ତ୍ତନ କରିବା ସହ ଗଞ୍ଜେଇ ଧୂଆଁ ଉଡାଉଥିଲେ । ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା । ଏହାରି ଭିତରେ ଜେଲ ସୁପରିଟେଣ୍ଡେଣ୍ଟଙ୍କ ବଦଳି ହୋଇଛି । ସେହିପରି  ଆଜି ଝାରପଡ଼ା ଜେଲ ସୁପରିଟେଣ୍ଡେଣ୍ଟଙ୍କୁ ମିସାଇ ୩ ଜେଲ ସୁପରିଟେଣ୍ଡେଣ୍ଟଙ୍କ ବଦଳି କରାଯାଇଛି । ଝାରପଡ଼ା, ପୁରୀ ଓ ବଲାଙ୍ଗିରର ଜେଲ ସୁପରିଟେଣ୍ଡେଣ୍ଟଙ୍କ ଅଦଳବଦଳ କରାଯାଇଛି । ତଦନୁଯାୟୀ ଝାରପଡ଼ା ଜେଲ ସୁପରିଟେଣ୍ଡେଣ୍ଟ ଧିରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗିର ବଦଳି କରାଯାଇଛି । ସେହିପରି ପୁରୀ ଜେଲ ସୁପରିଟେଣ୍ଡେଣ୍ଟ ସରୋଜ କୁମାର ବିଶ୍ୱାଳଙ୍କୁ ଝାରପଡ଼ା ବଦଳି କରାଯାଇଛି । ଏହାଛଡ଼ା ବଲାଙ୍ଗୀର ଜେଲ ସୁପରିଟେଣ୍ଡେଣ୍ଟ ଉର୍ମିଳା ମିଞ୍ଜଙ୍କୁ ପୁରୀ ଜେଲକୁ ବଦଳି କରାଯାଇଥିବା ଜଣାଯାଇଛି ।