
ନୂଆଦିଲ୍ଲୀ : ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ୨୦୧୯ ପାଇଁ ସ୍ୱେରିଗସ ରିକ୍ସବ୍ୟାଙ୍କ ପୁରସ୍କାର ବିଜୟୀ ଅଭିଜିତ ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। “ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ୨୦୧୯ ପାଇଁ ସ୍ୱେରିଗସ ରିକ୍ସବ୍ୟାଙ୍କ ପୁରସ୍କାର ବିଜୟୀ ହୋଇଥିବାରୁ ଅଭିଜିତ ବାନାର୍ଜୀଙ୍କୁ ଅଭିନନ୍ଦନ । ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି । ମର୍ୟ୍ୟାଦାଜନକ ନୋବେଲ ବିଜୟୀ ଇସ୍ଥର ଡୁଫଲୋ ଓ ମାଇକେଲ କ୍ରେମରଙ୍କୁ ମଧ୍ୟ ମୋର ଅଭିନନ୍ଦନ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।



