ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ

10

କଟକ, ୧୩/୦୫/୨୧ (ଜିଲ୍ଲା ଖବର) :  ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ। ଖୁଣ୍ଟୁଣୀ ରେଞ୍ଜ ମତ୍ସପୁର ଗାଁ ନିକଟସ୍ଥ ଗୀତାଞ୍ଜଳି ହରବାଲ ଗାର୍ଡେନର କର୍ମଚାରୀ ଗେଟ ଦେବାକୁ ଯିବାବେଳେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା । ମୃତକ ଜଣକ ହେଲେ ପଟ୍ଟାମୁଣ୍ଡାଇ ବାଲିପାଟଣା ଗାଁର  ଜଶୋବନ୍ତ ମଲ୍ଲିକ। ହରବାଲ ଗାର୍ଡେନରେ ସେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ସ୍ଥାନୀୟ ଅଞ୍ଚଳରେ ଏହି ଦନ୍ତା ହାତୀଟି ଦୀର୍ଘ ଦିନ ହେବ ଆତଙ୍କ ଖେଳଇଛି। ଘଟଣାସ୍ଥଳରେ ବନବିଭାଗର କର୍ମଚାରୀ  ପହଞ୍ଚିଥିବା ଜଣାପଡ଼ିଛି।