Monday, October 12, 2026
Home ଜିଲ୍ଲା ଅନୁଗୁଳ ଚୋରା କୋଇଲା ସହ ୬ ସ୍କୁଟର ଜବତ, ୫ ଗିରଫ

ଚୋରା କୋଇଲା ସହ ୬ ସ୍କୁଟର ଜବତ, ୫ ଗିରଫ

30

 ଅନୁଗୁଳ, ୧୩/୦୫/୨୧ (ଜିଲ୍ଲା ଖବର) : ଚୋରା କୋଇଲା ସହ ୬ ସ୍କୁଟର ଜବତ। ଗିରଫ ହେଲେ ୫ ଅଭିଯୁକ୍ତ। ଅନୁଗୁଳ ଜିଲ୍ଲା ସମଲ ଅଞ୍ଚଳରେ ପୁଣି କୋଇଲା ଚୋରି ଗ୍ୟାଙ୍କ ସକ୍ରିୟ। ୧୮ କୁଇଣ୍ଟାଲ ଚୋରା କୋଇଲା ସହ ୫ଜଣଙ୍କୁ ଗିରଫ କରିଛି ପୋଲିସ। ତେବେ ପୋଲିସକୁ ଚକମା ଦେଇ ଜଣେ ଚମ୍ପଟ ହୋଇଥିବା ଜଣାପଡିଛି। କିଛି ଦିନର ନିରବତା ପରେ ପୁଣି ସକ୍ରିୟ ହୋଇଛି ଚୋରା କୋଇଲା ରାକେଟ୍ । ସମଲ ଥାନା ଦେଇ ଚୋରା କୋଇଲା ପରିବହନ ବୃଦ୍ଧି ପାଇବାରେ ଲାଗିଛି। କଣିହାଁ ଖାଦାନରୁ ବହୁ ସ୍କୁଟର ଯୋଗେ ଚୋରା କୋଇଲା ସଂପୃକ୍ତ  ଅଞ୍ଚଳ ଦେଇ ପବିତ୍ରନଗର, ଖମାର ଆଦି ଅଞ୍ଚଳର ଇଟାଭାଟିକୁ ଯାଇଥାଏ। ଖବର ପାଇ ପୋଲିସ  ବିଭିନ୍ନ ରାସ୍ତାରେ ଚଢାଉ କରିଥିଲା ।