
ମୟୁରଭଞ୍ଜ,୧୩/୦୫/୨୧ (ଜିଲ୍ଲା ଖବର) : ସାରା ରାଜ୍ୟରେ କରୋନା ମହାମାରୀ ପାଇଁ ଏବେ ଯେପରି ଭାବରେ ହା ହା କାର ସୃଷ୍ଟି ହେଲାଣି । ଆଉ ଏହାର ପ୍ରତିଷେଧକ ହିସାବରେ ରାଜ୍ୟ ସରକାର ୧୪ ଦିନିଆ ଲୋକଡାଉନ କଡାକଡି ଭାବେ ପାଳନ କରୁଥିବା ବେଳେମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ କିଛି ଅମାନିଆ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ କୋଭିଡି ନିୟମ କୁ ମାନୁନଥିବାର ଦେଖିବାକୁ ମିଳିଛି । କରଞ୍ଜିଆ ପ୍ରଶାସନ ତରଫରୁ କରଞ୍ଜିଆ ସହରର ୧୨ ଟି ବ୍ୟବସାୟୀ ପ୍ରତିଷ୍ଠାନକୁ ସୀଲ କରିଥିବା ଜଣାପଡିଛି । ତେବେ ଅମାନିଆ ବ୍ୟବସାୟୀ ପ୍ରତିଷ୍ଠାନ ଏବଂ ବ୍ୟବସାୟୀ ସଙ୍ଘ ତରଫରୁ ଏକ ଲିଖିତ ପ୍ରତିଶୃତି ଉପଜିଲ୍ଲାପାଳଙ୍କୁ ଦେଇଥିବା ସୂଚନା ରହିଛି। ଏପଟେ କରଞ୍ଜିଆ ଉପଖଣ୍ଡରେ ସଂକ୍ରମଣ ବଢ଼ିବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ମଧ୍ୟ୍ୟ ବଢ଼ିବାରେ ଲାଗିଛି।ତେବେ ପ୍ରଶାସନ ତରଫରୁ କଡାକଡି ଭାବେ ପାଳନ କରାଯାଉଥିବା ଦେଖିବାକୁ ମିଳିଛ ॥



