OLM ବ୍ଲକ ସଂଯୋଜକଙ୍କୁ ମରଣାନ୍ତକ ଆକ୍ରମଣ

104

କେନ୍ଦ୍ରାପଡା, ୧୩/୦୫/୨୧ (ଜିଲ୍ଲା ଖବର) ଘରୁ ଡ଼ାକିନେଇ ବ୍ଲକ କର୍ମଚାରୀଙ୍କୁ ହାଣିଲେ ଦୁର୍ବୃତ ।ଏଭଳି ଏକ ଜଘନ୍ୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଦେଖିବାକୁ ମିଳିଛି । ଗତକାଲି ରାତି ପ୍ରାୟ ୩ଟା ସମୟରେ ରାଜନଗର ବ୍ଲକର ଓଡିଶା ଜୀବିକା ମିଶନ(OLM)ର ସଂଯୋଜକଭାବେ କାର୍ଯ୍ୟରତ ରଶ୍ମି ରଞ୍ଜନ ଦାସ ଘରେ ଶୋଇଥିବାବେଳେ ୫ରୁ ୭ଜଣ ଯୁବକ ତାଙ୍କ ଘର କବାଟ ବାଡେଇଥିଲେ ।

ସେ ଉଠିବାରୁ ତାଙ୍କୁ କହିଥିଲେ  BDO ଡାକୁଛନ୍ତି ଚାଲ। ତାଙ୍କ ମନରେ ସନ୍ଦେହ ହେବାରୁ ସେ ଯାଇନଥିଲେ ଫଳରେ ତାଙ୍କ ଘର ବାହାରେ ଖଣ୍ଡା, ଭୁଜାଲି, ଭଳି ମାରଣାସ୍ତ୍ରରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଯାହାଫଳରେ ସେ ସେଇଠାରେ ପଡିଯାଇଥିଲେ ॥ ରଶ୍ମିଙ୍କ ପାଟି ଶୁଣି ପଡୋଶୀ ଉଠିଆସିବାରୁ ଅପରାଧୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ବର୍ତ୍ତମାନ ରଶ୍ମିରଞ୍ଜନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁସହ ଲଢେଇ କରୁଛନ୍ତି । ତାଙ୍କ ସ୍ତ୍ରୀ ଏନେଇ ରାଜନଗର ଥାନାରେ ଅଭିଯୋଗ କରିଲାପରେ ପୋଲିସ ଘାଟଣା ସମ୍ପର୍କରେ ଛାନଭିନ ଆରମ୍ଭ କରିଥିବା ଜଣାପଡିଛି ।