ଆସନ୍ତାକାଲି ପାଳନ କରାଯିବ ଇଦ୍ ଉଲ୍ ଫିତର ପର୍ବ

21

କଟକ,୧୩/୦୫/୨୧ (ଜିଲ୍ଲା ଖବର) :  ଆସନ୍ତାକାଲି ପାଳନ କରାଯିବ ଇଦ୍ ଉଲ୍ ଫିତର ପର୍ବ। ଶୁକ୍ରବାର ଦିନ ସମଗ୍ର ଓଡ଼ିଶାରେ ପାଳନ ହେବ ଇସଲାମ ଧର୍ମାବଲମ୍ବୀଙ୍କ ଇଦ୍ ପର୍ବ। ଅଞ୍ଜୁମାନ ଇସଲାମିଆ ସୁନ୍ନତ ଅଲ ଜମାତର ଚାନ୍ଦ କମିଟି ପକ୍ଷରୁ ଘୋଷଣା କରାଯାଇଛି । ଦେଶର କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇ ନଥିବାରୁ ଆସନ୍ତା ଶୁକ୍ରବାର ଦିନ ପାଳନ କରାଯିବ ଇଦ୍ ପର୍ବ। କରୋନା କଟକଣା ଓ ସରକାରଙ୍କ ସମସ୍ତ ଗାଇଡଲାଇନ ପାଳନ କରାଯାଇ ଏହି ପର୍ବ ପାଳନ ହେବ । ରୀତିନୀତି ଅନୁଯାୟୀ ମସଜିଦରେ କେବଳ 5 ଜଣଙ୍କୁ ନେଇ ନମାଜ ପାଠ କରାଯିବ। ସମସ୍ତେ ଘରେ ରହି ଏହାକୁ ପାଳନ କରିବେ।