Friday, November 13, 2026
Home ଆଞ୍ଚଳିକ ରାଜ୍ୟରେ ୧୯ ମୁଣ୍ଡ ନେଲା ମହାମାରୀ

ରାଜ୍ୟରେ ୧୯ ମୁଣ୍ଡ ନେଲା ମହାମାରୀ

9

ଭୁବନେଶ୍ୱର, ୧୩/୦୫/୨୧ (ଜିଲ୍ଲା ଖବର) :  ରାଜ୍ୟରେ ଆଉ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫୧କୁ ବୃଦ୍ଧି ପାଇଛି। ଏଥିସହିତ ରାଜ୍ୟରେ ୧୦ ହଜାର ପାର ଟ୍ରେଣ୍ଡରେ ଲାଗୁନି ବ୍ରେକ । ୨୪ ଘଣ୍ଟାରେ ୧୦ ହଜାର ୬୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୫୭ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରେ ୯୩୦ ଓ ସୁନ୍ଦରଗଡ଼ରୁ ୭୭୪ ସଂକ୍ରମିତ ହୋଇଛନ୍ତି । ମାଲକାନଗିରି ଓ କନ୍ଧମାଳକୁ ଛାଡିଦେଲେ ବାକି ୨୮ ଜିଲ୍ଲାରେ ତିନି ଅଙ୍କ ଉପରେ ଡେଲି କେସ୍ ରହିଛି ।