
ଭୁବନେଶ୍ବର, ୧୩/୦୫/୨୧ (ଜିଲ୍ଲା ଖବର) : ଭୁବନେଶ୍ବର ଝାରପଡ଼ା ଜେଲରେ ନାଚ ଗୀତର ଆସର । ସଂକୀର୍ତ୍ତନ ସାଙ୍ଗକୁ ଗଞ୍ଜେଇ ଚିଲମ ଧୂଆଁରେ ଉଡୁଛି ଜେଲ ପରିସର । ନାଚ ଗୀତ ଓ ସଂକୀର୍ତ୍ତନର ଭିଡିଓ ଭାଇରାଲ ହେଉଛି । ପଣା ସଂକ୍ରାନ୍ତୀରେ ନାଚ ଗୀତର ଆସର ଜମିଥିବା କୁହାଯାଉଛି । ସେହିପରି ଜେଲ ଓ୍ବାର୍ଡର କଏଦୀଙ୍କଠାରୁ ଟଙ୍କା ନେଉଥିବା ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦୀ ହୋଇଛି ।
ଜେଲ ଭିତରକୁ ଗଞ୍ଜେଇ ଗଲା କେମିତି ? ଜେଲ ଭିତରେ ସଂର୍କୀର୍ତ୍ତନ କରି କଏଦୀ ଗଞ୍ଜେଇ ଟାଣୁଥିଲେ ମଧ୍ୟ ଜେଲ କର୍ତ୍ତୃପକ୍ଷ ଜାରି ପାରିଲେ ନାହିଁ କେମିତି ? ବାରମ୍ବାର ଜେଲ ଭିତରେ ଏପରି ଘଟଣା ଘଟୁଛି । ବାରମ୍ବାର ଏପରି ବେଆଇନ କାର୍ଯ୍ୟ ଘଟୁଥିଲେ ବି ଜେଲର ଚୁପ୍ କାହିଁକି ? ଜେଲ ଡିଜି ଏସଂପର୍କରେ ଅବଗତ ଅଛନ୍ତି ତ ? ଯଦି ଜାଣିଛନ୍ତି କାର୍ଯ୍ୟାନୁଷ୍ଠାନ କେବେ ? ରାଜଧାନୀର ଜେଲ ଭିତରେ ଯଦି ଏପରି ଘଟୁଛି, ତେବେ ଅନ୍ୟ ଜେଲରେ ସ୍ଥିତି କ’ଣ ଥିବ ?


