Wednesday, November 18, 2026
Home ଆଞ୍ଚଳିକ ପ୍ରକୁତ ମଣିଷର ମାନବିକତା ର ଅଶଲି ପରିଚୟ ରୁପ ଦେଖାଈଲେ ଭଞ୍ଜନଗର ଉପ ଜିଲ୍ଲାପାଳ

ପ୍ରକୁତ ମଣିଷର ମାନବିକତା ର ଅଶଲି ପରିଚୟ ରୁପ ଦେଖାଈଲେ ଭଞ୍ଜନଗର ଉପ ଜିଲ୍ଲାପାଳ

20

ଗଞ୍ଜାମ ,୧୩/୫(ଜିଲ୍ଲା ଖଵର) : ଯେତେ ବି ବଡ ପଦବୀରେ ରହନ୍ତୁନା କାହିଁକି କିନ୍ତୁ ମଣିଷ ପଣିଆ ଏବେ ବି ରହିଛି | କୁହାଯାଏ କି ଯେତେବେଳେ ମଣିଷ ବଡ ପଦବୀ କିମ୍ବା ଧନ ଦୌଲତ ର ଅଧିକାରୀ ହୋଇଥାଏ ସେତେବେଳେ ତାଙ୍କ ଠାରେ ମାନବିକତା ହଜିଯାଏ କିନ୍ତୁ ତାର ବିପରୀତ କରି ଦେଖେଇଛନ୍ତି ପ୍ରଶାସନିକ ସ୍ତରର ଜଣେ ଉଚ୍ଚ ପଦସ୍ତ ଅଧିକାରୀ ସେ ଆଉ କେହି ନୁହଁନ୍ତି, ଭଞ୍ଜନଗର ଉପଖଣ୍ଡ ର ଉପଜିଲ୍ଲାପାଳ ଶ୍ରୀ ଯୁକ୍ତ ରାଜେନ୍ଦ୍ର ମିଞ୍ଜ | ଏମିତି ଅନେକ ଘଟଣା ଦେଖିବାକୁ ମିଳୁଛି ଯେ କୋଭିଡ କିମ୍ବା କୋଭିଡ ସନ୍ଦିଗ୍ଧ ରେ ମୃତ୍ୟୁ ହେଲା ପରେ ପରିବାର ଲୋକ ମୁହଁ ଫେରେଇ ନେଉଛନ୍ତି | ଗତ କାଲି ରାତ୍ର ରେ ସେମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଭଞ୍ଜନଗର ସ୍ଥିତ ଉତ୍ସର୍ଗୀକୃତ କୋଭିଡ କେୟାର ସେଣ୍ଟର ବା ଡିସିଏଚସି ରେ, ଭଞ୍ଜନଗର ଅଞ୍ଚଳର ଜଣେ , 65 ବର୍ଷୀୟ ବ୍ୟକ୍ତି , କୋଭିଡ ସଂଦିଗ୍ଦ ରେ ମୃତ୍ୟୁପରେ ପରିବାର ଲୋକେ , ଶବ ନେବାକୁ ମନା କରିଦେଇଥିଲେ । ଏପରିକି ମୃତ ଦେହକୁ ଛୁଇଁଲେ ନାହିଁ । ଶବ ପଡି ରହିବା ଖବର ଉପଜିଲ୍ଲାପାଳଙ୍କ ପାଖରେ ପହଞ୍ଚିବା ପରେ ନିଜେ ଭଞ୍ଜନଗର ଉପ-ଜିଲ୍ଳାପାଳ ରାଜେନ୍ଦ୍ର ମିଞ୍ଜ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ବିଶ୍ୱଜିତ ସେଠୀ, ଫକୀର ମୋହନ ସ୍ୱାଇଁ, କନିଷ୍ଠ ରାଜସ୍ବ ସହାୟକ ବଳରାମ ଜାନି ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁରେନ୍ଦ୍ର ସେଠୀ ମିଳିତ ଭାବେ ଉପଜିଲ୍ଲାପାଳଙ୍କ ସହ ଶବକୁ ଉଠେଇ ନେଇ ,ସହରର ଶେଷ ଭାଗରେ ଥିବା ସ୍ମସାନରେ ରାତ୍ର ପ୍ରାୟ 12.30 ମିନିଟ ସମୟ ରେ ଶବଶତ୍କାର କରି ମାନବିକତାର ପରିଚୟ ଦେଇଛନ୍ତି |
ଏହି ଘଟଣା ଏବେ ଭଞ୍ଜନଗର ତଥା ଗଞ୍ଜାମ ଜିଲ୍ଲା ରେ ଏବେ ଚର୍ଚା ର ବିଷୟ ପାଲଟିଛି । ପ୍ରଶାସନିକ ଅଧିକାରୀ ମାନେ ବି ମାନବିକତାର ପରିଚୟ ଦେଇଛନ୍ତି ।