Sunday, November 15, 2026
Home ଆଞ୍ଚଳିକ କରୋନା କଟକଣାକୁ ଅମାନିଆଙ୍କ ବେଖାତିର ୯ଦିନରେ ଗଣିଲେଣି ୨୧,୫୦୦ଟଙ୍କା

କରୋନା କଟକଣାକୁ ଅମାନିଆଙ୍କ ବେଖାତିର ୯ଦିନରେ ଗଣିଲେଣି ୨୧,୫୦୦ଟଙ୍କା

98

ଚନ୍ଦ୍ରପୁର,୧୩/୫(ଜିଲ୍ଲା ଖଵର) : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ଏହା ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ନିଦ ହଜାଇ ଦେଇଛି I ତେଣୁ ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡ଼ାଉନ୍, ସଟ୍ ଡ଼ାଉନ୍ ଭଳି ପରିସ୍ଥିତି ଘୋଷଣା କରାଯାଇଛି I ଏହି ପରିପ୍ରେକ୍ଷିରେ ଓଡ଼ିଶାରେ ସଂକ୍ରମଣର ହାର ହ୍ରାସ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମଇ ପାଞ୍ଚ ତାରିଖ ଠାରୁ ଉଣେଇଶି ତାରିଖ ପର୍ଯ୍ୟନ୍ତ ଲକ୍ ଡ଼ାଉନ୍ ଘୋଷଣା କରାଯାଇ ଅତ୍ୟାବଶ୍ୟକ କାର୍ଯ୍ୟ ବ୍ୟତୀତ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ୍ ବାହିନୀ ଏହାର ତଦାରଖ କରୁଛନ୍ତି I କିନ୍ତୁ କୁମ୍ଭୀର ନେଇକି ମଝି ନଈରେ କରି ସାରିଥିଲେ ମଧ୍ୟ ବହୁ ଅମାନିଆ ସରକାରଙ୍କ ନିର୍ଦ୍ଦେଶକୁ ଫୁ କରିବା ସହିତ ପୋଲିସ୍ ପ୍ରଶାସନକୁ ଚକମା ଦେଖାଇ ବିନା କାରଣରେ ବୁଲାବୁଲି କରିବା ସହିତ ମହାମାରୀ ସଂକ୍ରମଣକୁ ନିମନ୍ତ୍ରଣ କରୁଛନ୍ତି I ସେହି ଅମାନିଆ ବେଳେ ବେଳେ ପୋଲିସ୍ ହାବୁଡ଼ରେ ପଡ଼ି ତଣ୍ଡ ଗଣୁଥିଲେ ମଧ୍ୟ ସୁଧୁରିବାର ନାଆଁ ଧରୁ ନାହାନ୍ତି I ଏହିଭଳି ପରିସ୍ଥିତିରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଅଞ୍ଚଳରେ ପୋଲିସ୍ ପକ୍ଷରୁ ଦୃଢ଼ତାର ସହିତ ଅମାନିଆ ମାନଙ୍କୁ ସାବାଡ଼୍ କରାଯିବା ସହ ସେମାନଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଛି I ଚନ୍ଦ୍ରପୁର ଥାନା ଅଧୀନରେ ଥିବା ହନମନ୍ତପୁର, ବୁଦୁବାଲି, ସାରକିମା ବିଜାପୁର ଓ ଭଳି ଛୋଟ ଛୋଟ ବଜାରରେ ଦୈନିକ ଶହ ଶହ ଲୋକଙ୍କ ଗହଳି ହେବା ସହିତ ବହୁ ଅମାନିଆ ମଧ୍ୟ ଚକ୍କର କାଟନ୍ତି I ସେହି ଅମାନିଆ ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଚନ୍ଦ୍ରପୁର ଥାନା ଅଧିକାରୀ ଶ୍ରୀ ମୁକୁନ୍ଦ ଦେବ ନାୟକ ଙ୍କ ନିର୍ଦ୍ଦେଶରେ ଶବନିସସ୍ପେକ୍ଟର ଶ୍ରୀ ଧାରୁଆ
ନେତୃତ୍ୱରେ ବିଭିନ୍ନ ସ୍ଥାନରେ ବ୍ଲକିଂ ଚେକିଂ କରି ଅମାନିଆ ମାନଙ୍କୁ ତାଗିଦ୍ କରାଯିବା ସହିତ ଜୋରିମାନା ମଧ୍ୟ ଆଦାୟ କରାଯାଉଛି I ମାତ୍ର ମାର୍ଚ୍ଚ ମାସରୁ ମେ ମାସ ପର୍ଯ୍ୟନ୍ତ ଏକଲକ୍ଷ ଚାରିହଜାର ଟଙ୍କା ଓ ମେ ମାସ ପାଞ୍ଚ ତାରିଖ ଠାରୁ ବାର ତାରିଖ ପର୍ଯ୍ୟନ୍ତ ଏକୋଇଶ ହଜାର ପାଞ୍ଚଶହ ସାତ ଦିନରେ ବହୁ ଅମାନିଆ, ମାସ୍କ ବ୍ୟବହାର କରୁନଥିବା ଗାଡ଼ି ଚାଳକଙ୍କ ଠାରୁ ପୋଲିସ୍ ପକ୍ଷରୁ ସର୍ବମୋଟ 1,25,500ଟଙ୍କା ଆଦାୟ କରାଯାଇଥିବା ସୂଚନା ମିଳିଛି I ଏନେଇ ଚନ୍ଦ୍ରପୁର ଥାନା ଅଧିକାରୀ ଶ୍ରୀ ମୁକୁନ୍ଦଦେବ ନାୟକ ଙ୍କ ସହ ଯୋଗାଯୋଗ କରିବାରେ ଅମାନିଆ ମାନେ କଟକଣାକୁ ଫାଙ୍କିବା ସହିତ ଅଞ୍ଚଳ ପାଇଁ ବିପଦ ଡ଼ାକି ଆଣୁଥିବାରୁ ସେମାନଙ୍କ ଠାରୁ ଫାଇନ୍ ଆଦାୟ କରିବାକୁ ପୋଲିସ୍ ବାଧ୍ୟ ହେଉଛି ବୋଲି ପ୍ରକାଶ କରିଛନ୍ତି I ଏହି ଅମାନିଆମାନେ ଯଦି ନ ସୁଧୁରନ୍ତି ତେବେ ଚନ୍ଦ୍ରପୁର ଅଞ୍ଚଳରେ କରୋନାର ବିସ୍ଫୋରଣ ହେବାକୁ ବେଶୀ ସମୟ ଲାଗିବ ନାହିଁ ବୋଲି ସେ କହିଛନ୍ତି I ତେଣୁ ଅମାନିଆଙ୍କୁ କାବୁ କରିବା ପାଇଁ ଖୁବ୍ ଶୀଘ୍ର ଚନ୍ଦ୍ରପୁର ପୋଲିସ୍ ସ୍ଵତନ୍ତ୍ର ରଣନୀତି ପ୍ରୟୋଗ କରିବା ସହ ବ୍ଲକିଙ୍ଗ୍ ଚେକିଂକୁ ଅଧିକ କଠୋର କରାଯିବ ବୋଲି ଥାନା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ I

ରିପୋର୍ଟ-କୈଳାସ ମାଳାବିଶୋଇ ।