
ଜଟଣୀ,୧୨/୫(ଜିଲ୍ଲା ଖଵର) : ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୟର ବାତାବରଣ ସୃଷ୍ଟି କରିଛି । ଜଟଣୀର ଗ୍ରାମାଚଂଳ ଓ ସହରାଚଂଳରେ ଅନେକ ନିରିହ ଜିବନ ଅକ୍ଳାନ୍ତରେ ଚାଲିଯାଉଥିବା ଘଟଣା ମର୍ମାହତ କରୁଛି । ତେଣୁ ସରକାର ଏନେଇ ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିଦେଇ କର୍ଫ୍ୟୁ,ଲକଡାଉନ ଭଳି ସଚେତନତା ଆଡଭାଇଜରି ଲାଗୁ କରିଛନ୍ତି । କିନ୍ତୁ କେତେକ ଅମାନିଆ ଏହାକୁ ବେଖାତିର କରି ତଣ୍ଡ ଗଣୁଥିଲେ ମଧ୍ୟ ସଚେତନତା ହୋଇପାରି ନାହାନ୍ତି ।ଅନ୍ୟପଟେ ବ୍ୟବସାୟୀମାନଙ୍କ ପାଇଁ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ଓ ବନ୍ଦ କରିବାର ସମୟ ଧାର୍ଯ୍ୟ କରିଛନ୍ତି ସରକାର । ହେଲେ ସେମାନେ ମଧ୍ୟ ଜିବନଠାରୁ ବ୍ୟବସାୟକୁ ମୂଲ୍ୟବାନ ତୁଳନାକରି ଅମାନିଆ ହେଉଛନ୍ତି । ଆଇନକୁ ଉଲଘଂନ କରି ଦୋକାନ ବଜାର ଖୋଲୁଛନ୍ତି । ଫଳରେ ଗୋଷ୍ଠି ସଂକ୍ରମଣ ହେବାର ଆଶଙ୍କା ରହିଛି । ଏନେଇ ଜଟଣୀରେ ୬ଟି ବ୍ୟବସାୟ ପ୍ରତିଷ୍ଠାନକୁ ପ୍ରଶାସନ ସିଲ କରିଛି । ଜଟଣୀ ତହସିଲଦାର ତପନ କୁମାର ମହାପାତ୍ର ଓ ୭ବାଟାଲିୟନ ଫୋର୍ସ ସହିତ କୋଭିଡ ଆଇନ ଉଲଘଂନ କରୁଥିବା ନେଇ ଚଢାଉ କରିଥିଲେ । କୋଭିଡ ଆଇନ ଉଲଘଂନ ୨୦୦୫ ଧାରା ବଳରେ ସେମାନଙ୍କ ଦୋକାନକୁ ତହସିଲଦାର ତପନ କୁମାର ମହାପାତ୍ର ସିଲ କରିଦେଇଛନ୍ତି । ସେହିପରି ଜଟଣୀର ଗ୍ରାମାଚଂଳ ଓ ସହରାଚଂଳ ପ୍ରଭୃତିରେ ଚଢାଉ କରାଯାଇ ଆଇନ ଉଲଘଂନ କରୁଥିବା ଅମାନିଆଙ୍କଠାରୁ ୭୨ ହଜାର ଟଙ୍କା ଫାଇନ ଆଦାୟ କରିଥିବା ତହସିଲଦାର କହିଛନ୍ତି । ସରକାରଙ୍କ ପକ୍ଷରୁ କରାଯାଇଥିବା ଆଡଭାଇଜରିକୁ କଡାକଡି କରିବାକୁ ଜଟଣୀବାସୀ ଦାବି କରରିଛନ୍ତି ।


