Saturday, November 14, 2026
Home ଆଞ୍ଚଳିକ ୨ରୁ ୧୮ ବର୍ଷ ପାଇଁ କୋଭାକ୍ସିନର ଦ୍ବିତୀୟ ଓ 3ୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲକୁ ଅନୁମତି

୨ରୁ ୧୮ ବର୍ଷ ପାଇଁ କୋଭାକ୍ସିନର ଦ୍ବିତୀୟ ଓ 3ୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲକୁ ଅନୁମତି

9

ନୂଆଦିଲ୍ଲୀ,୧୨/୦୫/୨୧ (ଜିଲ୍ଲା ଖବର) : ଦେଶରେ କରୋନା ବିରୋଧୀ ଲଢେଇ ଭିତରେ ଛୋଟ ପିଲାଙ୍କ ପାଇଁ ଖୁବ୍ ଶୀଘ୍ର ଶୁଣିବାକୁ ମିଳିବ ଭଲ ଖବର ।୨ରୁ ୧୮ ବର୍ଷ ପିଲାଙ୍କ ପାଇଁ କୋଭାକ୍ସିନର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ କରିବାକୁ ଅନୁମତି । ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ ଅନୁମତି ପ୍ରଦାନ କରିଛି ।

ସବଜେକ୍ଟ ଏକ୍ସପର୍ଟ କମିଟି ବା SEC ପିଲାଙ୍କ ପାଇଁ ଭାରତ ବାୟୋଟେକର କୋଭିଡ୍ ୧୯ ଟିକା ପାଇଁ ସୁପାରିଶ କରିଥିଲା । ୨ ବର୍ଷରୁ ୧୮ ବର୍ଷ ପିଲାଙ୍କ ପାଇଁ ଟ୍ରାଏଲ କରିବାକୁ ସୁପାରିଶ କରିଥିଲା । ଦିଲ୍ଲୀ, ପାଟଣାର ଏମସ ଓ ନାଗପୁର ସ୍ଥିତ ମେଡିଟ୍ରିନା ମେଡିକାଲ ସାଇନ୍ସ ଇନଷ୍ଟିଚ୍ୟୁଟ୍ ସମେତ ଦେଶର ଅନ୍ୟ ସ୍ଥାନରେ ଟ୍ରାଏଲ କରାଯିବ ।