Monday, November 16, 2026
Home ଆଞ୍ଚଳିକ ବଦଳିଲେ ବିଏମସି କମିଶନର

ବଦଳିଲେ ବିଏମସି କମିଶନର

24

ଭୁବନେଶ୍ୱର , ୧୨/୦୫/୨୧ (ଜିଲ୍ଲା ଖବର) : ରାଜଧାନୀରେ କରୋନାକୁ ନେଇ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ସହରରେ କରୋନା ବେକାବୁ ହୋଇଛି । ହସ୍ପିଟାଲ, ବସ୍ତି ଓ କଲୋନୀରୁ ଡେଇଁ ଏବେ ବିଭିନ୍ନ ଅଫିସରେ ବି ପହଞ୍ଚିସାରିଲାଣି । ତେବେ ଭୁବନେଶ୍ୱରରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଥିବା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରିଦିଆଯାଇଛି । ତାଙ୍କ ସ୍ଥାନରେ ଭୁବନେଶ୍ୱର ମହାନଗର ନିଗମର ନୂଆ କମିଶନରଭାବେ ସଞ୍ଜୟ କୁମାର ସିଂହଙ୍କୁ ନିଯୁକ୍ତ କରାଯାଇଛି । ଶ୍ରୀ ସିଂହ ହେଉଛନ୍ତି ୧୯୯୭ ବ୍ୟାଚର ଆଇଏଏସ ଅଫିସର ।

ଖୋର୍ଦ୍ଧା, ସଞ୍ଜୀବ କୁମାର