Sunday, November 15, 2026
Home ଆଞ୍ଚଳିକ ଭାରତୀୟ ଟିକାକୁ ନେଇ କଂଗ୍ରେସର ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ସାଂସଦ

ଭାରତୀୟ ଟିକାକୁ ନେଇ କଂଗ୍ରେସର ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ସାଂସଦ

10

ଭୁବନେଶ୍ୱର , ୧୨/୦୫/୨୧ (ଜିଲ୍ଲା ଖବର) : ଭାରତୀୟ ଟିକାକୁ ନେଇ କଂଗ୍ରେସର ରାଜନୀତି ପ୍ରସଙ୍ଗରେ ବର୍ଷିଲେ ସାଂସଦ ଅପରାଜିତା ଷଡଙ୍ଗୀ । ମହାମାରୀ ସଙ୍କଟରେ କଂଗ୍ରେସର ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ। ଦଳ ଅପରିପକ୍ବତାର ପରିଚୟ ଦେଉଛି ବୋଲି କହିଛନ୍ତି ଅପରାଜିତା। ସେମାନଙ୍କ ଭିତରେ ସମନ୍ବୟର ଅଭାବ । ଏଭଳି ବିପତ୍ତି ସମୟରେ ଦେଳ ଯେଉଁଠି କେନ୍ଦ୍ର ଓ ରାଜ୍ୟକୁ ସହଯୋଗ କରିବ କଥା । ସେଠାରେ କଂଗ୍ରେସ ପାର୍ଟିର ଏଭଳି ଆଚରଣ ବହୁତ ଦୁଃଖ ଦେଉଛି। ଗତକାଲି ଜେପି ନଡ୍ଡା ସୋନିଆ ଗାନ୍ଧୀଙ୍କୁ ଏନେଇ ଚିଠି ଲେଖିଥିଲେ ।

 ବିଶ୍ବର ସବୁଠୁ ବଡ ଟିକାକରଣ ଅଭିଯାନ ଭାରତରେ ଚାଲିଛି । ଯୁଦ୍ଧକାଳୀନ ଭିତ୍ତିରେ ଆମ ବୈଜ୍ଞାନିକ, ଚିକିତ୍ସକ ଓ ପ୍ରଶାସକମାନେ ମିଶି ଦୁଇଟି ଭ୍ୟାକସିନ୍ ଆଣିଛନ୍ତି। ହେଲେ କଂଗ୍ରେସ ଆମ ବୈଜ୍ଞାନିକ, ଚିକିତ୍ସକ ଓ ସରକାରଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛି ବୋଲି କହିଛନ୍ତି ଅପରାଜିତା।