Monday, November 16, 2026
Home ଆଞ୍ଚଳିକ ରାଜଧାନୀରେ ଆଜିଠୁ ଡ୍ରାଇଭ ଇନ ଟେଷ୍ଟିଂ ଆରମ୍ଭ

ରାଜଧାନୀରେ ଆଜିଠୁ ଡ୍ରାଇଭ ଇନ ଟେଷ୍ଟିଂ ଆରମ୍ଭ

22

ଭୁବନେଶ୍ୱର, ୧୨/୦୫/୨୧ (ଜିଲ୍ଲା ଖବର) :  ବିଏମସି ପକ୍ଷରୁ ଆଜିଠାରୁ ଡ୍ରାଇଭ ଇନ ଟେଷ୍ଟିଂ ଆରମ୍ଭ ହୋଇଛି । ସହିଦନଗର ଭବାନୀ ମଲର୍ ପାର୍କିଂରେ ଆରମ୍ଭ ହୋଇଛି ଆଣ୍ଟିଜେନ ଏବଂ ଆଟିପିସିଆର ଟେଷ୍ଟ। ଭିଡ଼କୁ ଏଡ଼ାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

ସକାଳ ୮ଟା ୩୦ରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଉଭୟ ଆଣ୍ଟିଜେନ୍ ଓ ଆରଟିପିସିଆର ଟେଷ୍ଟ କରାଯିବ । ଯେକେହି ବି ଏଠାକୁ ଆସି ନମୁନା ଦେଇପାରିବେ । ଆଜି ବିଏମସି କମିଶନର ଭବାନୀ ମଲ ପାର୍କିଂରେ ପହଞ୍ଚି ଟେଷ୍ଟିଂ କିପରି ଚାଲିଛି ବୁଲି ଦେଖିଥିଲେ ।