Home ଅପରାଧ ବନ୍ଧୁକ ମୁନରେ ଲୁଟ, ପୋଲିସର ତଦନ୍ତ ଜାରି

ବନ୍ଧୁକ ମୁନରେ ଲୁଟ, ପୋଲିସର ତଦନ୍ତ ଜାରି

18

ନୟାଗଡ,୧୨/୦୫/୨୧ (ଜିଲ୍ଲା ଖବର) : ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ କୋଟଗଡ଼ ଘାଟିରେ ପୁଣି ଡକାୟତି । ୩ ଡକାୟତଙ୍କ ଦ୍ୱାରା ଶିକାର ହେଲେ ଦମ୍ପତି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅଧୀନ ଚମ୍ପାଇଲ ସାନବାଡ଼ ଗ୍ରାମର ସୁରେଶ କୁମାର ଜେନା ଏବଂ ତାଙ୍କ ପତ୍ନୀ ମାମିନା ଜେନା ଏକ ବାଇକ ଯୋଗେ ରାଜସୁନାଖଳାରୁ ରଣପୁର ଅଭିମୁଖେ ଯାଉଥିଲେ ।

ସକାଳୁ ଯାଉଥିବାରୁ ଏହାର ସୁଯୋଗ ନେଇ ଡକାୟତମାନେ ପିଛା କରିଥିଲେ କ୍ଷ ରାଜସୁନାଖଳା ଫାଣ୍ଡି ଅଧୀନ କୋଟଗଡ଼ ନିଛାଟିଆ ଘାଟି ରାସ୍ତାରେ ଦମ୍ପତିଙ୍କୁ ଆକ୍ରମଣ କରି ବନ୍ଧୁକ ଦେଖାଇ ମାମିନାଙ୍କଠାରୁ ୯ ହଜାର ଟଙ୍କା ଥିବା ଏକ ଭ୍ୟାନିଟି, ଦେଢ଼ ଭରି ର ଏକ ଚେନ ଏବଂ ଏକ ମୋବଇଲ ନେଇଯାଇଛନ୍ତି ଡକାୟତମାନେ ।

ଦମ୍ପତି ଡକାୟତଙ୍କୁ କାବୁ କରିବାକୁ ଚେଷ୍ଟା କଲା ବେଳେ ଡକାୟତମାନେ ବନ୍ଧୁକରେ ସୁରେଶଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ସୁରେଶଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ସେ ସ୍ଥାନୀୟ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ॥ ପତ୍ନୀ ମଧ୍ୟ ଆହତ ହୋଇଥିବାରୁ ଚିକିତ୍ସିତ ହେଉଛନ୍ତି । ଏ ନେଇ ରାଜସୁନାଖଳା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ଦମ୍ପତି ।