Monday, November 16, 2026
Home ଆଞ୍ଚଳିକ 30ରୁ 40 କିମି ବେଗରେ ବହିବ ପବନ, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

30ରୁ 40 କିମି ବେଗରେ ବହିବ ପବନ, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

10

 ଭୁବନେଶ୍ୱର,୧୨/୦୫/୨୧ (ଜିଲ୍ଲା ଖବର) : ତାଣ୍ଡବ ରଚୁଛି କାଳବୈଶାଖୀ ।  ରାଜ୍ୟରେ ଆହୁରି ୨ ଦିନ କାଳବୈଶାଖୀ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ଘଡଘଡି ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

 ବିଶେଷ କରି ଗଜପତି, ରାୟଗଡ଼ା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ୨ ଦିନ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି  ମଧ୍ୟ କରାଯାଇଛି ।