Sunday, October 11, 2026
Home ଆଞ୍ଚଳିକ କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

15

ନୂଆପଡା, ୧୨/୦୫/୨୧ (ଜିଲ୍ଲା ଖବର) : ନୂଆପଡା ଜିଲ୍ଲା ସିନାପାଲି କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ ସ୍ଵଧାଦେବ ସିଂ । ଆକ୍ରାନ୍ତଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ଜିଲ୍ଲାପାଳ। ପରେ ସିନାପାଲି ମେଡିକାଲ ଆସି ଡାକ୍ତରଙ୍କ ସହ ବିଭିନ୍ନ ଦିଗରେ ଆଲୋଚନା କରୁଥିଲେ। ଏହା ସହ ସିନାପାଲି ବ୍ଲକର ସ୍ବେଚ୍ଛାସେବୀ, ଶିକ୍ଷକ, ସାମ୍ବାଦିକଙ୍କ ଦ୍ଵାରା 25ଟି ଅକ୍ସିଜେନ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସିନାପାଲି ମେଡିକାଲକୁ ଦାନ କରିଥିଲେ। ସିନାପାଲି ମେଡିକାଲରେ ଆବଶ୍ୟକ କିଟ୍ ଅଭାବ ଏବଂ ମେଡ଼ିସିନ ଅଭାବକୁ ନେଇ ଜିଲ୍ଲାପାଳଙ୍କୁ ଗଣମାଧ୍ୟମ ପ୍ରତିନିଧି ଦୃଷ୍ଟି ଆକର୍ଷଣ କରିଥିଲେ।