
୧୨/୦୫/୨୧ (ଜିଲ୍ଲା ଖବର) : କରୋନା ଟିକାକରଣରେ ପଛୁଆ ଥିବା ବିଭିନ୍ନ ରାଜ୍ୟର ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ଆଲୋଚନ କରିବେ। ଓଡିଶା ସମେତ ଜାମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ହରିୟାଣା, ପଞ୍ଜାବ, ବିହାର, ଝାଡଖଣ୍ଡ ଓ ତେଲେଙ୍ଗାନାର ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଟିକାକରଣ ନେଇ ଆଲୋଚନା ହେବ । ସମଗ୍ର ଦେଶରେ ମେ ୧ ତାରିଖରୁ ୧୮ରୁ ୪୪ ବର୍ଷର ବ୍ୟକ୍ତି ବିଶେଷଙ୍କ ଟିକାକରଣ ଆରମ୍ଭ ହୋଇଛି। ରାଜ୍ୟରେ ମଧ୍ୟ ଟିକାକରଣ ଆରମ୍ଭ ହୋଇଛି।



