
ନୂଆଦିଲ୍ଲୀ,୧୨/୦୫/୨୧ (ଜିଲ୍ଲା ଖବର) : ଆଜିଠୁ ତେଲେଙ୍ଗାନାରେ ୧୦ ଦିନିଆ ଲକଡାଉନ୍ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଲକଡାଉନରେ ସକାଳ ୬ଟାରୁ ୧୦ଟା ମଧ୍ୟରେ କଟକଣା କୋହଳ ରହିବ। ଲୋକେ ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣି ପାରିବେ।
ତେବେ କଟକଣା ଭିତରେ ଜରୁରୀ ସେବାକୁ ଅନୁମତି ରହିଛି। ତେଲେଙ୍ଗାନାରେ କୋରୋନା ସ୍ଥିତି ବିଗୁଡୁଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସଂକ୍ରମଣରେ ରୋକ ଲଗାଇବାକୁ ସେଠାକାର ସରକାର ଲକଡାଉନ ଘୋଷଣା କରିଛନ୍ତି।
ସୂଚାନାମୁତାବକ ଗୋଟିଏ ଦିନରେ ରାଜ୍ୟରେ ୪୮୨୩ଟି ନୂଆ କରୋନା ମାମଲା ରୁଜୁ ହୋଇଥିବା ବେଳେ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ରାଜ୍ୟରେ ପ୍ରାୟ ୬୩ ହଜାର ସକ୍ରିୟ କରୋନା ମାମଲା ରହିଥିବା ବେଳେ କ୍ରମାଗତ ଭାବେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।


