Monday, November 16, 2026
Home ଆଞ୍ଚଳିକ ପିସିଆର ଭ୍ୟାନକୁ ଭାଗିଂଲେ ଲୋକେ

ପିସିଆର ଭ୍ୟାନକୁ ଭାଗିଂଲେ ଲୋକେ

8

ଖୋର୍ଦ୍ଧା, ୧୨/୦୫/୨୧ (ଜିଲ୍ଲା ଖବର) : ବାଲିଅନ୍ତା ପୋଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କୁ ନେଇ PCR ଭଙ୍ଗାରୁଜା ସହ ପୋଲିସ୍ କୁ ଅଟକ ରଖିଲେ ସାନଭଇଁଚୁଆ ଗ୍ରାମବାସୀ । ଗ୍ରାମରେ ଉତ୍ତେଜନା ପରିସ୍ଥିତି। ଘଟଣା ସ୍ଥଳରେ ବାଲିଅନ୍ତା ଥାନା ଅଧିକାରୀ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା। ବାଲିଅନ୍ତା ଥାନା ସାନଭଇଁଚୁଆ ଏବଂ ବୁଢାଳୋ ଗ୍ରାମ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା । ମଙ୍ଗଳବାର ସାନଭଇଁଚୁଆ ଗ୍ରାମର ୨ ଜଣ ଯୁବକଙ୍କୁ ବୁଢାଳୋ ଗ୍ରାମର କିଛି ଯୁବକ କମେଣ୍ଟ ମାରିଥିଲେ । ପରେ ଉଭୟ ଗ୍ରାମବାସୀ ମାନଙ୍କ ମଧ୍ୟରେ ପାଟିତୁଣ୍ଡ ଘଟିଥିଲା । ଖବର ପାଇଁ ବାଲିଅନ୍ତା PCR ଭ୍ୟାନ୍ ସାନଭଇଁଚୁଆ ଗ୍ରାମରେ ପହଁଞ୍ଚି ସମସ୍ତଙ୍କୁ ମାଡ ମାରିବା ସହ ଆତଙ୍କ ଖେଳାଇଥିଲେ। ଏପରିକି ଗ୍ରାମର ମହିଳା ମାନେ ମଧ୍ୟ ପୋଲିସ୍ ବାବୁଙ୍କ ମାଡ ରୁ ବର୍ତ୍ତିନଥିଲେ । ଗ୍ରାମର ସମସ୍ତ ବ୍ୟକ୍ତିଙ୍କୁ ପୋଲିସ ଗୋଡେଇ ଗୋଡେଇ ପିଟି ଥିଲା । ଏହାକୁ ବିରୋଧ କରିବା ସହ ପୋଲିସ୍ ଉପରକୁ ଢେଲା ପଥର ମାଡ କରିଥିଲେ ଗ୍ରାମବାସୀ । PCR ଭ୍ୟାନ୍ ଭଙ୍ଗାରୁଜା କରିବା ସହ ପୋଲିସ୍ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ସାନଭଇଁଚୁଆ ଗ୍ରାମରେ ପହଁଞ୍ଚି ଉତ୍ୟକ୍ତ ଗ୍ରାମବାସୀ ଙ୍କୁ ବୁଝାସୁଝା କରୁଛନ୍ତି।