
ମୟୂରଭଞ୍ଜ,୧୨/୦୫/୨୧ (ଜିଲ୍ଲା ଖବର) : ଶିମିଳିପାଳ ଜାତୀୟ ଉଦ୍ୟାନରେ ମାଈ ହାତୀର ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଜାତୀୟ ଉଦ୍ୟାନ ରେଞ୍ଜର କୋର ଏରିଆରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ହାତୀଟିର ବୟସ ପାଖାପାଖି ୪୦ ବର୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ୫ ଦିନ ପୂର୍ବେ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ ହାତୀଟି ଅସୁସ୍ଥ ଅବସ୍ଥାରେ ଥିବା ଜାଣିବାକୁ ପାଇଥିଲେ। ପ୍ରାଣୀ ଚିକିତ୍ସକଙ୍କୁ ଖବର ଦିଆଯାଇ ଚିକିତ୍ସା ମଧ୍ୟ ଚାଲିଥିଲା। ହେଲେ ଅସୁସ୍ଥ ହାତୀଟିର କିଡନୀରେ ପୁଜ ଜମି ଯାଇଥିବାବେଳେ ସେପଟିସେମିଆ ରୋଗରେ ଆକ୍ରାନ୍ତ ଥିବା ଯୋଗୁଁ ତାର ମୃତ୍ୟୁ ହୋଇଥିବା ନେଇ କହିଛନ୍ତି ବନ ବିଭାଗ ଅଧିକାରୀ।



