Friday, November 13, 2026
Home ଆଞ୍ଚଳିକ ଆଜିଠୁ ଆରମ୍ଭ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ନମ୍ବର ଯାଞ୍ଚ ପ୍ରକ୍ରିୟା

ଆଜିଠୁ ଆରମ୍ଭ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ନମ୍ବର ଯାଞ୍ଚ ପ୍ରକ୍ରିୟା

13

ଭୁବନେଶ୍ୱର, ୧୨/୦୫/୨୧ (ଜିଲ୍ଲା ଖବର) :  ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ନମ୍ବର ଯାଞ୍ଚ ପ୍ରକ୍ରିୟା । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ । ଯାଞ୍ଚ ପରେ ଦଶମ ପରୀକ୍ଷାର୍ଥୀଙ୍କ ନମ୍ବର ଉଭୟ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରାଯିବ ।

ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ’ ୩ରେ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ବାତିଲ ହୋଇଛି । ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ନବମର ଦୁଇଟି ପରୀକ୍ଷା ଓ ଦଶମର ତିନିଟି ପରୀକ୍ଷାର ନମ୍ବରକୁ ବିଚାର କରି ମୂଲ୍ୟାୟନ ଓ ଫଳ ପ୍ରକାଶ କରାଯିବ । ଏଥିପାଇଁ ବୋର୍ଡ ପକ୍ଷରୁ ୨୬୭୭ଟି ମେଣ୍ଟର ସ୍କୁଲ ଚୟନ କରାଯାଇଛି ।