Saturday, November 21, 2026
Home ଆଞ୍ଚଳିକ ଆରବ ସାଗରରେ ସୃଷ୍ଟି ହୋଇପାରେ 2021ର ପ୍ରଥମ ବାତ୍ୟା !

ଆରବ ସାଗରରେ ସୃଷ୍ଟି ହୋଇପାରେ 2021ର ପ୍ରଥମ ବାତ୍ୟା !

10

୧୨/୦୫/୨୧ (ଜିଲ୍ଲା ଖବର) :  ଆରବ ସାଗରରେ ସୃଷ୍ଟି ହୋଇପାରେ 2021ର ପ୍ରଥମ ବାତ୍ୟା । ଆସନ୍ତା ମେ 14 ସକାଳେ ଦକ୍ଷିଣ-ପୂର୍ବ ଆରବ ସାଗର ଉପରେ ଲଘୁଚାପ ସୃଷ୍ଟି ହୋଇପାରେ। 16 ତାରିଖ ସୁଦ୍ଧା ପୂର୍ବ-ମଧ୍ୟ ଆରବ ସାଗରରେ ଏହା ବାତ୍ୟାର ରୂପ ନବାର ସମ୍ଭାବନା ରହିଛି । ପରେ ଅଧିକ ଘନିଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢିପାରେ । ଯାହାଫଳରେ ମେ 14ରୁ 16 ମଧ୍ୟରେ କେରଳ, ତାମିଲନାଡୁ, ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।  ଏହା 2021ର ପ୍ରଥମ ବାତ୍ୟା ହେବ। ଲଘୁଚାପ ବାତ୍ୟାର ରୁପ ନେବା ପରେ ଏହାର ନାଁ ତଉକତେ ରହିବ।  ଏହି ନାଁ ମିଆଁମାର ତରଫରୁ ଦିଆଯାଇଛି। ବର୍ଷର ପ୍ରଥମ ବାତ୍ୟା ସମ୍ଭବତଃ ମେ 20ରେ ଉତ୍ତର ଗୁଜୁରାଟର କଚ୍ଛ ଦେଇ ଅତିକ୍ରମ କରିବ।