
କଟକ, ୧୨/୦୫/୨୧ (ଜିଲ୍ଲା ଖବର) : ଆଠଗଡ଼ ବନଖଣ୍ଡ ବଡ଼ମ୍ବା ରେଞ୍ଜରେ ହାତୀ କିଛି ଦିନ ହେଲା ଉତ୍ପାତ କରୁଛନ୍ତି । ସନ୍ଧ୍ୟା ସମୟରେ ଜଙ୍ଗଲୀ ହାତୀପଲ ଜନବସତି ମୁହାଁ ହେବା ଫଳରେ ଜମିରେ ଲଗାଯାଇଥିବା ଫସଲ ଏବଂ ଲୋକଙ୍କ ଘରଦ୍ବାର ନଷ୍ଟ କରି ଦେଉଛନ୍ତି । ଏଭଳି ଘଟଣା କଟକ ଜିଲ୍ଲା ବଡମ୍ବା ରେଞ୍ଜ ସଂରକ୍ଷିତ ଜଙ୍ଗଲ ପାର୍ଶ୍ବକୁ ଲାଗିଥିବା ଜନବସତି ଅଞ୍ଚଳରେ ଦେଖିବାକୁ ମିଳିଛି । ବିଲରୁ ଧାନ ଅମଳ ସରିଯାଇଥିବାରୁ ଖାଦ୍ୟ ଅନ୍ଵେଶଣରେ ଜଙ୍ଗଲୀ ହାତୀପଲ ଏବେ ଜନବସତି ମୁହାଁ ହେଉଥିବା ଜଣାପଡ଼ିଛି ।



