Wednesday, November 18, 2026
Home ଆଞ୍ଚଳିକ ଧର୍ମପରାୟଣ ମହିଳାଙ୍କ ମୃତ୍ୟୁ

ଧର୍ମପରାୟଣ ମହିଳାଙ୍କ ମୃତ୍ୟୁ

29

ହିଂଜିଳିକାଟୁ,୧୧/୫(ଜିଲ୍ଲା ଖଵର) : ଇ ମି ସ  ହିଂଜିଳି ଉତ୍ସାର୍ଗୀକୃତ କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ରାତ୍ର ସୁବାସିନୀ ମହାପାତ୍ର(84)ଙ୍କ ଦେହାନ୍ତ ହୋଇଯାଇଛି ।ସେ କିଛି ଦିନ ହେବ ସ୍ୱାସ୍ଥ୍ୟ ଖରାପ ଥିବାରୁ ହିଂଜିଳି ଡ଼ିସିଏଚସିରେ ଭର୍ତ୍ତି ହୋଇଥିଲେ।ସ୍ବର୍ଗତ ସୁବାସିନୀ ଜଣେ ପରୋପକାରୀ ଓ ଗରିବ ଲୋକଙ୍କ ପାଇଁ ଅନ୍ନଦାତ୍ରୀ ଧର୍ମ ପରାୟଣ  ମହିଳା ଥିଲେ ।ପୂର୍ବତନ ବିଜେପି ରାଜ୍ୟ ଉପ ସଭାପତି ଦେବାନନ୍ଦ ମହାପାତ୍ରଙ୍କ ମା’ ସୁବାସିନୀ ଥିଲେ ।ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ହିଂଜିଳିରେ ଶୋକର ଛାୟା ଖେଳିଯାଇଛି ।ବହୁ ଭଦ୍ର ବ୍ୟକ୍ତି ଓ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।

ରଜନୀକାନ୍ତ ପାତ୍ର ହିଂଜିଳି କାଟୁ