
ବେଲଗୁଣ୍ଠା,୧୧/୫(ଜିଲ୍ଲା ଖଵର) : ସମ୍ପ୍ରତି 18 ବର୍ଷରୁ 44ବର୍ଷ ବୟସ୍କ ବ୍ୟକ୍ତିମାନଙ୍କୁ ଟୀକା ନେବାର ସୁଯୋଗ ଆସିଛି |କିନ୍ତୁ ଟୀକା ନେବାର 3 ମାସ ପର୍ଯ୍ୟନ୍ତ ଟୀକା ଗ୍ରହଣ କରିଥିବା କୌଣସି ବ୍ୟକ୍ତି ରକ୍ତଦାନ କରିବାର ସୁଯୋଗ ନଥିବାରୁ ଆଗାମୀ ଦିନରେ ରକ୍ତ ସଙ୍କଟକୁ ଏଡ଼ାଇବା ପାଇଁ ଯୁବ ବର୍ଗ ଟୀକା ନେବା ପୂର୍ବରୁ ରକ୍ତଦାନ କରିବା ଉଚିତ୍ |ଏହି ପରୀପ୍ରେକ୍ଷୀରେ ରାଜ୍ୟ ଯୁବ ରେଡ଼କ୍ରସ ତରଫରୁ ରାଜ୍ୟର ବିଭିନ୍ନ ବ୍ଲଡ଼ ବ୍ୟାଙ୍କରେ ରକ୍ତଦାନ କରାଯାଉଛି | ଏହି ଅବସରରେ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ଼କ୍ରସ ତରଫରୁ ଭଞ୍ଜନଗର ବ୍ଲଡ଼ ବ୍ୟାଙ୍କରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି |ଏହାକୁ ଅନଲାଇନ ମାଧ୍ୟମରେ ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ ଡ଼ ଅଜୟ କୁମାର ତ୍ରିପାଠୀ ଉଦଘାଟନ କରିଥିବା ବେଳେ ଜ଼ିଲ୍ଲା ଯୁବ ରେଡ଼କ୍ରସ ସଂଯୋଜକ ବି. ଗୋବିନ୍ଦ ରାଓଙ୍କ ନେତୃତ୍ୱରେ ବି. ଆଶୁତୋଷ, ଦିନ ଦୟାଲ ଜେନା, ମିଥୁନ ବାଡ଼ତୀୟ|,ତାପସ କୁମାର ଭୂୟାଁ, ବଳରାମ ସାହୁ, ସରୋଜ କୁମାର ଗୌଡ଼ ପ୍ରମୁଖ ରକ୍ତଦାନ କରିଥିଲେ |ଶିବିରରେ କେନ୍ଦୁପଦର ମହାବିଦ୍ୟାଳୟ ଯୁବ ରେଡକ୍ରସ ଉପଦେଷ୍ଟା ହରିଶଙ୍କର ପାଣ୍ଡେ ସହଯୋଗ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି,କେନ୍ଦୁପଦର ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ସନ୍ତୋଷ କୁମାର ଆପଟ, ରାଜ୍ୟ ଯୁବ ରେଡ଼କ୍ରସ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର, ରାଜ୍ୟ ଯୁବ ରେଡ଼କ୍ରସ କାର୍ଯ୍ୟକାରୀଣି ସଭ୍ୟ ଶାନ୍ତନୁକୁମାର ପରିଡା ପ୍ରମୁଖ ଅନଲାଇନ ମାଧ୍ୟମରେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ |
ରିପୋର୍ଟ-ଶିବରାମ ଚୌଧୁରୀ


