
ବାଲିଗୁଡ଼ା,୧୧?୫{ ସୁକାନ୍ତ କୁମାର ତ୍ରିପାଠୀ } : ରାଜ୍ୟରେ ମଧ୍ୟ ଦିନକୁଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦ୍ୱିତୀୟ ଲହର ଭୟାବହ ପରିସ୍ଥିତି ସୃଷ୍ଟିକରୀ ସଂକ୍ରମଣରେ ଅନେକଙ୍କ ଜୀବନ ମଧ୍ୟ ଚାଲିଗଲାଣି । ଏଭଳି ପରିସ୍ଥିତିରେ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର ସାରା ରାଜ୍ୟରେ ସପ୍ତାହନ୍ତ ଲକ୍ଡାଉନ୍, ରାତ୍ରୀକାଳୀନ କର୍ଫ୍ୟୁ ସହ ୧୪ ଦିନିଆ ଲକ୍ଡାଉନ୍ ଆରମ୍ଭ କରିଛନ୍ତି । ସପ୍ତାହନ୍ତ ଲକ୍ଡାଉନ୍ ପରେ ଆଜି ବଜାର ଖୋଲିଛି । ଶନିବାର ଓ ରବିବାର ଏହି ଦୁଇ ଦିନ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଜାରରେ ଭିଡ଼ ପରିଲକ୍ଷିତ ହୋଇଛି । ଲୋକେ ସଉଦା କରିବାପାଇଁ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । । ବାଲିଗୁଡା ରେ ପୋଲିସ୍ ତୁହାକୁ ତୁହା ପଇଁତରା ମାରୁଥିବାବେଳେ ବିଭିନ୍ନ ସ୍ଥାନରେ ନାକା କରି ଗାଡ଼ି ମୋଟର ଯାଞ୍ଚବ୍ୟବସ୍ଥାକୁ ମଧ୍ୟ ଯୋରଦାର୍ କରାଯାଇଛି । ସେପଟେ ମାସ୍କ ଓ ସାମାଜିକ ଦୂରତାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ଓ ଅନ୍ୟପଟେ ଅମାନିଆଙ୍କୁ ସାବାଡ଼ କରିବାପାଇଁ ପ୍ରଶାସନ ପକ୍ଷରୁ ଫାଇନ୍ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ଯେତିକି ଫାଇନ୍ କଟାଯାଉଛି ଆଗାମୀ ସମୟରେ ଅମାନିଆଙ୍କୁ ସାବାଡ଼ କରିବାପାଇଁ ସେମାନଙ୍କ ନିକଟରୁ ଦୁଇଗୁଣ ଫାଇନ୍ ଆଦାୟ କରାଯିବ ଓ ଯେଉଁ କର୍ମଚାରୀମାନେ ମୋଟରସାଇକେଲରେ ଯାତାୟାତ କରୁଛନ୍ତି ସେମାନଙ୍କ ପରିଚୟ ପତ୍ରକୁ କଡାକଡି ଯାଞ୍ଚକରାଯିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଥିବା ସୂଚନା ଦେଇଛନ୍ତି ବାଲିଗୁଡା ତହସିଲଦାର ଶଶାଙ୍କ ପାତ୍ର |



