Thursday, November 12, 2026
Home ଆଞ୍ଚଳିକ ପ୍ରଥମ ଥର ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳରୁ ଟାଟା ଷ୍ଟିଲ୍ ସାଇଡିଂ, ଜାଖପୁରା...

ପ୍ରଥମ ଥର ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳରୁ ଟାଟା ଷ୍ଟିଲ୍ ସାଇଡିଂ, ଜାଖପୁରା ଠାରୁ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ପଠାଯାଇଛି

42

ଖୋର୍ଦ୍ଧା,୧୧/୦୫(ଜିଲ୍ଲା ଖବର) : 133.20 ଟନ୍ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ଜାଖପୁରାରୁ ଦିଲ୍ଲୀକୁ ପରିବହନ କରାଯାଇଥିଲା। ସାତଟି କ୍ରlଓଜେନିକ୍ ଟ୍ୟାଙ୍କର୍ ଦ୍ଵାରା ଅମ୍ଳଜାନ ଏକ୍ସପ୍ରେସ ରେ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ପରିବହନ କରାଯାଇଥିଲା। ବର୍ତ୍ତମାନର କରୋନl ଭୁତାଣୁ ଜନିତ ପୀଡିତ ରୋଗୀଙ୍କ ପାଇଁ ଅମ୍ଳଜାନର ଆବଶ୍ୟକତା ପୂରଣ କରିବା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅକ୍ସିଜେନ୍ ଏକ୍ସପ୍ରେସ ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ପରିବହନ ନିରବଚ୍ଛିନ୍ନ ଭାବେ ଚାଲୁ ରଖିଛି |

ପ୍ରଥମ ଥର ପାଇଁ 133.20 ଟନ୍ ତରଳ ମେଡିକାଲ ଅମ୍ଳଜାନ ଟାଟା ଷ୍ଟିଲ ସାଇଡିଂ, କାଲିଙ୍ଗା ନାଗର, ଜାଖପୁରାରୁ ଦିଲ୍ଲୀକୁ ପରିବହନ କରାଯାଇଥିଲା | ପୂର୍ବରୁ ଖୋର୍ଦ୍ଧା ରେଳ ମଣ୍ଡଳ ପରିସୀମା ରୁ ମେଡିକାଲ ଅମ୍ଳଜାନ ହରିୟାଣା, ତେଲେନାଗାନା ଏବଂ ଦିଲ୍ଲୀ ରାଜ୍ୟକୁ ପରିବହନ କରାଯାଇଛି। ଏହାର ପରିସୀମା ରୁ ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ନିରାପଦ ପରିଚାଳନା କରିବା ଏବଂ ଖୁବ୍ ଶୀଘ୍ର ଏହି ଟ୍ରେନ୍ ପଠାଇବା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛି |