
ଜଟଣୀ,୧୧/୫(ଜିଲ୍ଲା ଖଵର) : ସୋମବାର ଜଟଣୀ ପୈାରପରିଷଦ ଅଧିନସ୍ଥ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଟିକାକେନ୍ଦ୍ର ଖୋଲାଯାଇଛି । ସୋମବାର ପୁର୍ବାହ୍ନରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଅତିଥୀଭାବେ ଯୋଗଦେଇ ଏହାର ଆନୁଷ୍ଠାନିକଭାବେ ଶୁଭଉଦଘାଟନ କରିଥିଲେ । ସର୍ବସାଧାରଣଲାଗି ଉର୍ଦ୍ଧିଷ୍ଟ ଏହି ଟିକାକେନ୍ଦ୍ରରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ଅଂଚଳର ଲୋକମାନେ ପହଁଚିଥିଲେ । ସେମାନଙ୍କୁ ଟିକାପ୍ରଦାନ କରାଯାଇଥିଲା । ଏହା ସହିତ ବିଧାୟକ ଶ୍ରୀ ରାଉତରାୟ ପୁଲିସ କର୍ମଚାରୀ, ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧୀମାନଙ୍କୁ ମାସ୍କ ବଂଟନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜଟଣୀ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଂଟ ଜିତେନ୍ଦ୍ର କୁମାର ପଣ୍ଡା, ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ, ପୈାରକର୍ମଚାରୀ,ବିଧାୟକଙ୍କ ପୁତ୍ର ସିଦ୍ଧାର୍ଥ ରାଉତରାୟ, ପୁର୍ବତନ କାଉନସିଲର ନୈାସର ଅଲୀ, ସୁଲୁ ରଥ, କାଳନ୍ଦି ନାୟକ, ପ୍ରଶାନ୍ତ ମହାପାତ୍ର, ସୁଧାକର ଜେନା, ଦିଲୀପ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।


