
ରମ୍ଭା,୧୦/୫(ଜିଲ୍ଲା ଖଵର) : ପଦୋନ୍ନତି ପରେ ରମ୍ଭା ଥାନା ଆଇଆଇସି ଭାବେ ଦାୟିତ୍ୱ ଗ୍ରହଣ କଲେ ଦୀପ୍ତିରଞ୍ଜନ ବେହେରା । ପୂର୍ବରୁ ସେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ନୂତନ ଦାୟିତ୍ୱକୁ ନେଇ ସେ ଉତ୍ସାହିତ ଥିବା କହିଛନ୍ତି ଦୀପ୍ତିରଞ୍ଜନ । ଦାୟିତ୍ୱ ଗ୍ରହଣ ପରେ ଅପରାଧିକ କାର୍ଯ୍ୟକଳାପ ତଥା ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ବର୍ତ୍ତମାନର କୋରନା ସ୍ଥିତିରେ ଜନସାଧାରଣଙ୍କୁ ସଚେତନ କରାଇବାକୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ବେହେରା କହିଛନ୍ତି ।


