
ଖୋର୍ଦ୍ଧା, ୧୦/୦୫/୨୧ (ଜିଲ୍ଲା ଖବର) : ଅଚିହ୍ମା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଧଉଳି ଥାନା ସରଦେଇପୁର ଡାକବଙ୍ଗଳା ଭାର୍ଗବୀ ନଦୀ ବନ୍ଧ ନିକଟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ଅଚିହ୍ନା ମୃତ ଦେହ ଦେଖି ଧଉଳି ଥାନାକୁ ଖବର ଦେଇଥିଲେ । ମୃତକଙ୍କ ବୟସ ୩୦ରୁ୩୫ ବର୍ଷ ହେବ। ତାଙ୍କ ଶରୀରରେ ଅନେକ କ୍ଷତ ଦାଗ ଦେଖିବାକୁ ମିଳିଛି। ସଂପୃକ୍ତ ବ୍ୟକ୍ତିଙ୍କୁ କେହି ହତ୍ୟା କରି ସେଠାରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି। ମୃତକଙ୍କ ପରିଚୟ ମିଳି ପାରିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।



