
ନୂଆଦିଲ୍ଲୀ, ୧୦/୦୫/୨୧ (ଜିଲ୍ଲା ଖବର) :ବଞ୍ଚିବା ପାଇଁ ସାହାଯ୍ୟ ମାଗିଥିଲେ ସେ । ହେଲେ ସାହାଯ୍ୟ ପାଇବା ପୂର୍ବରୁ ଜୀବନ ଯୁଦ୍ଧରେ ହାରିଗଲେ ସେ । ସବୁଦିନ ପାଇଁ ମଉଳି ଗଲା ତାଙ୍କ ବଞ୍ଚିବାର ଆଶା । ଆଶା ତାଙ୍କର ଆଶା ହିଁ ରହିଗଲା । ସେ କହିଥିଲେ ହୁଏତ ଭଲ ଚିକିସ୍ବା ମିଳିଥିଲେ ମୁଁ ବଞ୍ଚି ଯାଇଥାନ୍ତି । ମୁଁ ପୁଣି ଜନ୍ମ ନେବି । ଭଲ କାମ କରିବି । ଏବେ ମୁଁ ସାହାସ ହରାଇ ଦେଇଛି । ଆଜ୍ଞା ହଁ , ଆମେ କହୁଛୁ ସେହି ଅଭିନେତାଙ୍କ କଥା, ଯିଏ ମୃତ୍ୟୁ ପୂର୍ବରୁ କରିଥିବା ଶେଷ ପୋଷ୍ଟ ଏବେ ସୋସିଆଲ ମିଡିଆରେ ବେଶ ଘୁରି ବୁଲୁଛି । ପୋଷ୍ଟ ଉପରେ ଯାହାର ନଜର ପଡୁଛି, ସମସ୍ତେ ବ୍ୟସ୍ତ,ବିଚଳିତ ହୋଇ ପଡୁଛନ୍ତି
ଅଭିନେତା Rahul vohra
ଦେଶରେ କରୋନା ମହାମାରୀର ଦ୍ବିତୀୟ ଲହରୀ ବେକାବୁ ହେବାରେ ଲାଗିଛି । ଏହାକୁ ନେଇ ସ୍ଥିତି ବେଶ ଚିନ୍ତାଜନକ ରହିଛି । ମନୋରଞ୍ଜନ ଦୁନିଆଁ ଉପରେ ଏହାର ପ୍ରଭାବ ଅଧିକ ପଡୁଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଅନେକ କଳାକାର କରୋନା ସଂକ୍ରମିତ ହେବା ସହିତ, ଏଥିରେ ଅନେକ ଆଖି ବୁଜୁଥିବା ଖବର ସାମ୍ନାକୁ ଆସୁଛି । ଠିକ୍ ସେମିତି ନିକଟରେ କରୋନାରେ ସବୁଦିନ ପାଇ ଆଖି ବୁଜି ଦେଇଛନ୍ତି ଅଭିନେତା ତଥା ୟୁଟ୍ୟୁବର Rahul vohra । ଗତ କିଛି ଦିନ ଧରି ସେ କରୋନା ସଂକ୍ରମିତ ହୋଇ ,ଜୀବନ ମରଣ ସହ ଲଢେଇ କରୁଥିଲେ । ଏହା ସହିତ ସେ ସାହାଯ୍ୟ ପାଇଁ ଫେସବୁକ୍ ମାଧ୍ୟମରେ ଅନୁରୋଧ କରୁଥିଲେ । ସେ ପୋଷ୍ଟ କରି ଲେଖିଥିଲେ ଯେ, ‘ମୁଁ କରୋନା ପଜିଟିଭ୍ ହୋଇଛି । ଆଡମିସନ ହୋଇଛି । ପାଖାପାଖି ୪ ଦିନ ହୋଇ ଗଲାଣି ହେଲେ କିଛି ରିକଭରି ହେଉ ନାହିଁ । କ’ଣ ଏମିତି କିଛି ହସ୍ପିଟାଲ ଅଛି ? ଯେଉଁଠାରେ ମତେ ଅକ୍ସିଜେନ ବେଡ ମିଳି ପାରିବ । କାହିଁକି ନାଁ ଏଠାରେ ମୋର ଅକ୍ସିଜେନ ଲେବୁଲ ଲଗାତାର ଖସୁଛି ।
ଠିକ୍ ସେମିତି ଶନିବାର ଦିନ ସେ ତାଙ୍କର ଶେଷ ପୋଷ୍ଟ ସେୟାର କରିଥିଲେ । ସେଥିରେ ମଧ୍ୟ ସେ ତାଙ୍କର ଭଲ ଟ୍ରିଟମେଣ୍ଟ ପାଇଁ ଗୁହାରୀ କରିଥିଲେ । ସେ ତାଙ୍କର ଶେଷ ପୋଷ୍ଟରେ ଲେଖିଥିଲେ ଯେ, ଯଦି ମତେ ବି ଭଲ ଟ୍ରିଟମେଣ୍ଟ ମିଳି ଥାଆନ୍ତା ତେବେ ,ମୁଁ ବି ବଞ୍ଚି ଯାଇ ଥାଆନ୍ତି । ଆଗକୁ ସେ ଲେଖିଛନ୍ତି, ଜଲଦୀ ପୁଣି ଜନ୍ମ ନେବି ଏବଂ ଭଲ କାମ କରିବି । ଏବେ ସାହାସ ହାରି ସାରିଛି । ଆଉ ଗତକାଲି ଜୀବନ ଯୁଦ୍ଧରେ ହାରିଗଲେ ରାହୁଲ । ବଞ୍ଚିବାର ଆଶା ଟିକକ ସବୁଦିନ ପାଇଁ ମଉଳି ଗଲା ତାଙ୍କର ।
ସୋସିଆଲ ମିଡିଆ ମାଧ୍ୟମରେ ରାହୁଲଙ୍କ ଦେହାନ୍ତ ହେବାର ସୂଚନା ଦେଇଛନ୍ତି ଥିଏଟର ନିର୍ଦ୍ଦେଶକ ଅରବିନ୍ଦ ଗୌର





