Thursday, November 12, 2026
Home ଆଞ୍ଚଳିକ କରୋନା ଆକ୍ରାନ୍ତଙ୍କ ପାଇଁ ବ୍ଲାକ୍ ଫଙ୍ଗସ୍ ଟେନସନ୍, ଠିକ୍ ସମୟରେ ଚିକିତ୍ସା ନକଲେ ହୋଇପାରେ ଘାତକ

କରୋନା ଆକ୍ରାନ୍ତଙ୍କ ପାଇଁ ବ୍ଲାକ୍ ଫଙ୍ଗସ୍ ଟେନସନ୍, ଠିକ୍ ସମୟରେ ଚିକିତ୍ସା ନକଲେ ହୋଇପାରେ ଘାତକ

13

ନୂଆଦିଲ୍ଲୀ,୧୦/୦୫/୨୧ (ଜିଲ୍ଲା ଖବର) : କରୋନା ରୋଗୀଙ୍କ ପାଇଁ ଘାତକ ହୋଇପାରେ ବ୍ଲାକ୍ ଫଙ୍ଗସ୍ । କରୋନାରେ ଆକ୍ରାନ୍ତ ଓ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ ବ୍ଲାକ୍ ଫଙ୍ଗସ୍ ଇନଫେକସନ୍ ଘାତକ ସାବ୍ୟସ୍ତ ହୋଇପାରେ । ଏଥିପାଇଁ କେନ୍ଦ୍ର ସରକାର ଏକ ଆଡଭାଇଜରୀ ଜାରି କରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ଆଇସିଏମଆର ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି । ଏହାକୁ କିପରି ନିୟନ୍ତ୍ରିତ କରାଯାଇପାରିବ ସେନେଇ ଆଡଭାଇଜରୀରେ ପରାମର୍ଶ ଦିଆଯାଇଛି । ଅନିୟନ୍ତ୍ରିତ ଡାଇେବଟସ୍ ଓ ଆଇସିୟୁରେ ଅଧିକ ସମୟ ରହିଥିବା ଆକ୍ରାନ୍ତଙ୍କ ବ୍ଲାକ ଫଙ୍ଗସ୍ ଚିକିତ୍ସା ଯଦି ଠିକ୍ ସମୟରେ କରାନଯାଏ, ତେବେ ତାହା ଘାତକ ହୋଇପାରେ । ଏହି ରୋଗରେ ଆଖି, ନାକ ଓ ଗାଲର ତଳ ସ୍ଥାନ ଲାଲ ପଡି ଯାଇଥାଏ । ଏହା ଲଙ୍ଗସକୁ ଅଧିକ ସଂକ୍ରମିତ କରିଥାଏ । ଯାହାର ଅନେକ ରୋଗ ରହିଥାଏ ଓ ବିଭିନ୍ନ ମେଡିସିନ୍ ନେଉଥାଏ, ସେହିପରି ଲୋକ ବ୍ଲାକ ଫଙ୍ଗସରେ ଅଧିକ ସଂକ୍ରମିତ ହେବା ଆଶଙ୍କା ରହିଛି ।