Sunday, November 15, 2026
Home ଆଞ୍ଚଳିକ ଆଳୁ ଫେସ ପ୍ୟାକ୍

ଆଳୁ ଫେସ ପ୍ୟାକ୍

19

୧୦/୦୫/୨୧ (ଜିଲ୍ଲା ଖବର) : ସୁନ୍ଦର ତ୍ବଚା କାହାର ବା ପସନ୍ଦ ନୁହେଁ ।  ହେଲେ ତ୍ବଚାକୁ ସୁନ୍ଦର ଏବଂ ସୁସ୍ଥ ରଖିବା ପାଇଁ ସବୁବେଳେ ମନେ ରଖିବା ଉଚିତ ଯେ, ତ୍ବଚାକୁ କେମିକାଲ ଯୁକ୍ତ ପ୍ରଡକ୍ଟ ଠାରୁ ଦୂରେଇ ରଖି ,ଘରୋଇ ଉପଚାର ମାଧ୍ୟମରେ ତ୍ବଚାର ଯତ୍ନ ନେବା ଆବଶ୍ୟକ । କାହିଁକି ନାଁ , ବେଳେବେଳେ କେମିକାଲ ଯୁକ୍ତ ପ୍ରଡକ୍ଟର କୁ-ପ୍ରଭାବ ପଡିଥାଏ ତ୍ବଚା ଉପରେ ,ହେଲେ ଘରୋଇ ଉପଚାର ସବୁବେଳେ ତ୍ବଚାକୁ ପ୍ରାକୃତିକ ଚମକ ଦେବା ସହିତ, ତ୍ବଚାରେ ଉପରେ କିଛି କୁ-ପ୍ରଭାବ ପକାଇ ନଥାଏ । ତେବେ ଠିକ୍ ସମେତି  ଘରୋଇ ଉପଚାର ମଧ୍ୟରେ ଆସନ୍ତୁ ଜାଣିବା ଆଳୁ ଫେସପ୍ୟାକ ସମ୍ପର୍କରେ ।

-ଆଳୁ ପେଷ୍ଟ କରି ସେଥିରେ ମୁଲତାନି ମାଟି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ଏହାପରେ ସେଥିରେ ଅଳ୍ପ ଗୋଲାପ ଜଳ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଏହି ପ୍ୟାକକୁ ତ୍ବଚା ,ହାତ,ଗୋଡରେ ଲଗାଇ ୩୦ ମିନିଟ ଯାଏଁ ରଖିବେ । ଏହାପରେ ତ୍ବଚାକୁ ଧୋଇ ସଫା କରିବେ । ଏପରି କିଛି ଦିନ କରିବା ପରେ ଫରକ୍ ଅନୁଭବ କରି  ପାରିବେ ।

 -ଆଳୁ ରସରେ କଂଚା କ୍ଷୀର  ପକାଇ ମିଶାଇବେ । ତାପରେ ଏହି ମିଶ୍ରଣକୁ ତୁଳା ସାହାଯ୍ୟରେ ନେଇ ତ୍ବଚାରେ ଲଗାଇବେ ।  ୧୫ ରୁ ୨୦ ମିନିଟ ପରେ ତ୍ବଚାକୁ ଧୋଇ ସଫା କରିବେ । ଏପରି କରିବା ଦ୍ବାରା, ତ୍ବଚାରେ ପ୍ରାକୃତିକ ଚମକ ଆସିଥାଏ ।

-ଆଳୁକୁ ଗ୍ରେଡ କରି ସେଥିରେ ସାମାନ୍ୟ ହଳଦୀ ଗୁଣ୍ଡ ପକାଇ ମିକ୍ସ କରିବେ । ଏହାପରେ ଏହି ମିଶ୍ରଣକୁ ନେଇ ତ୍ବଚାରେ ଲଗାଇ, ୨୦ ରୁ ୨୫ ମିନିଟ  ଯାଏଁ ରଖିବେ । ତାପରେ ତ୍ବଚାକୁ ଧୋଇ ସଫା କରିବେ । ଏପରି କରିବା ଦ୍ବାରା, ତ୍ବଚା ବେଦାଗ ହୋଇଥାଏ ।