Sunday, November 15, 2026
Home ଆଞ୍ଚଳିକ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

11

୧୦/୦୫/୨୧ (ଜିଲ୍ଲା ଖବର) : ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ମୋଦି ଟ୍ଵିଟ କରି ଲେଖିଛନ୍ତି ଯେ,  ସାଂସଦ ଶ୍ରୀ ରଘୁନାଥ ମହାପାତ୍ର ଜୀଙ୍କ ଦେହାନ୍ତରେ ଦୁଃଖିତ । ବିଶ୍ଵ କଳା, ସ୍ଥାପତ୍ୟ ଏବଂ ସଂସ୍କୃତିରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଅବଦାନ ଥିଲା। ପାରମ୍ପରିକ ହସ୍ତଶିଳ୍ପକୁ ଲୋକପ୍ରିୟ କରିବାରେ ତାଙ୍କର ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ। ମୁଁ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହିତ ଅଛି। ଓମ୍ ଶାନ୍ତି।