Sunday, November 15, 2026
Home ଆଞ୍ଚଳିକ ପ୍ରତାପଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁ ଆରୋଗ୍ୟ କାମନା କଲେ ଧର୍ମେନ୍ଦ୍ର

ପ୍ରତାପଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁ ଆରୋଗ୍ୟ କାମନା କଲେ ଧର୍ମେନ୍ଦ୍ର

11

୧୦/୦୫/୨୧ (ଜିଲ୍ଲା ଖବର) : ନୀଳଗିରି ଠାରେ ଦୁର୍ଘଟଣାରେ ଆହତ ହୋଇଥିବା କେନ୍ଦ୍ରମନ୍ତ୍ରୀ ପ୍ରଧାପ ଷଡଙ୍ଗୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟ୍ଵିଟ କରି ଶ୍ରୀ ପ୍ରଧାନ ଲେଖିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ତଥା ମୋର ସହଯୋଗୀ ପ୍ରତାପ ନନା ବାଲେଶ୍ୱର ଜିଲ୍ଲାର ନୀଳଗିରି ଠାରେ ଦୁର୍ଘଟଣାରେ ଆହତ ହୋଇଥିବା ଖବର ଜାଣିବାକୁ ପାଇଲି । ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁ ଆରୋଗ୍ୟ କାମନା କରୁଛି।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ନୀଳଗିରି-ସେରଗଡ଼ ଓ ଉଦଳା ରାଜ୍ୟ ରାଜପଥ ୧୯ ନଂ ପୋଡାଶୂଳ ନିକଟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ଟ୍ରାକ୍ଟର ହଠାତ କେନ୍ଦ୍ରମନ୍ତ୍ରୀ ବସିଥିବା ଇନୋଭା ଗାଡିକୁ ଧକ୍କା ଦେଇଥିଲା । ଫଳରେ ମନ୍ତ୍ରୀ ମହୋଦୟ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ନାକ ଫାଟିଯାଇଛି।