
ଖୋର୍ଦ୍ଧା, ୧୦/୦୫/୨୧ (ଜିଲ୍ଲା ଖବର) : ଅଧିକ ଟଙ୍କା ଆଶାରେ ଫସିଲେ ଶିକାରୀ। ମହଙ୍ଗା ପଡିଲା ବିଦେଶାଗତ ପକ୍ଷୀ ଶିକାର। ମଙ୍ଗଳାଯୋଡି ଚିଲିକା କୂଳରେ କୁଆଖିଆ ଖମ୍ବ ନିକଟରେ ୨ ଜଣ ପକ୍ଷୀ ଶିକାରୀ ଏକ ଡଙ୍ଗା ସାହାଯ୍ୟରେ ବନ୍ଧୁକ ମୁନରେ ପକ୍ଷୀ ଶୀକାର କରୁଥିବା ଖବର ମିଳିବା ପରେ ଟାଙ୍ଗି ବନ୍ୟ ପ୍ରାଣୀ ବିଭାଗ ଅତର୍କିତ ଚଢ଼ାଉ କରି ଏହି ପକ୍ଷୀ ଶିକାରୀଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ୮ ଟି ମୃତ ବିଦେଶୀ ପକ୍ଷୀ ଏବଂ ଗୋଟିଏ ଜୀବନ୍ତ ପକ୍ଷୀ ଧରପଗଡ଼ କରିଛନ୍ତି ।
ଶିକାରୀଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ୨ଶହ ଜୀବନ୍ତ ଗୁଳି ଓ ଗୁଳି ପାଇଁ ପ୍ରସ୍ତୁତ ହେଉଥିବା ଗନ୍ ପାଉଡର୍ ଜବତ କରିଛନ୍ତି। ତତ୍ ସହିତ ଶିକାର ବେଳେ ବ୍ୟବହୃତ ହେଉଥିବା ଡଙ୍ଗା ମଧ୍ୟ ଜବତ କରିଛନ୍ତି ଟାଙ୍ଗି ବନ୍ୟ ପ୍ରାଣୀ ବିଭାଗ। ଗିରଫ ୨ ଶିକାରୀ ହେଲେ ସୋରଣ ଗ୍ରାମର ଓକିଲ ଖାଁ ଏବଂ ସେକ ଅନୁଆର ।
ଚିଲିକାରେ ବନ୍ଧୁକ ଗର୍ଜନ ଏବଂ ନିଷ୍ପପାପ ପକ୍ଷୀଙ୍କର ଜୀବନ ରକ୍ଷା ପାଇଁ ଅର୍ତ୍ତ ଚିତ୍କାର ଶବ୍ଦ ଶୁଣି ଟାଙ୍ଗି ବନ୍ୟ ପ୍ରାଣୀ ବିଭାଗ ରେଞ୍ଜର ଚୁଡା ରାଣୀ ମୂର୍ମୁଙ୍କ ନେତୃତ୍ୱରେ ଗଠିତ ଟିମ ଅତର୍କିତ ଭାବେ ଚିଲିକା ରେ ଚଢ଼ାଉ କରି ଏହି ଧରପଗଡ଼ରେ ସଫଳ ହୋଇଛନ୍ତି।


