Sunday, November 15, 2026
Home ଆଞ୍ଚଳିକ ରାଜ୍ୟରୁ ପୁଣି ୧୦ ହଜାର ୩୧ ନୂଆ ପଜିଟିଭ୍

ରାଜ୍ୟରୁ ପୁଣି ୧୦ ହଜାର ୩୧ ନୂଆ ପଜିଟିଭ୍

6

ଭୁବନେଶ୍ୱର,୧୦/୦୫/୨୧ (ଜିଲ୍ଲା ଖବର) :  କାମ ଦେଉଛି କି ସରକାରଙ୍କ ଲକଡାଉନ୍ ଯୋଜନା ? ତିନି ଦିନ ହେବ ରାଜ୍ୟରେ ତଳ ମୁହାଁ ଦୈନିକ ସଂକ୍ରମଣ । ରାଜ୍ୟରେ ଆଜି ବି ୧୦ ହଜାର ଉପରେ ଦୈନିକ ସଂକ୍ରମଣ । ହେଲେ କମିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1329 ଜଣ ସଂକ୍ରମିତ ହୋଇଛନ୍ତି ।

 ସୁନ୍ଦରଗଡ଼ରେ 824 ଓ କଟକରେ 720 ଆକ୍ରାନ୍ତ ହୋଇଛନ୍ତି । ଅନୁଗୁଳରୁ ୪୫୬, ବରଗଡ଼ରୁ ୪୫୦, କଳାହାଣ୍ଡିରୁ ୪୩୩, ଝାରସୁଗୁଡ଼ାରୁ ୪୧୮, ନୂଆ ପଜିଟିଭ୍ ହୋଇଛନ୍ତି । ସେହିପରି ଯାଜପୁରରୁ ୩୨୮, ନୂଆପଡ଼ାରୁ ୩୧୧, ନବରଙ୍ଗପୁରରୁ ୩୦୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 26ଟି ଜିଲ୍ଲାରେ ତିନି ଅଙ୍କ ଉପରେ କରୋନା ସଂକ୍ରମଣ ରହିଛି ।