
କୋରାପୁଟ,୧୦/୦୫/୨୧ (ଜିଲ୍ଲା ଖବର) : ଗତକାଲି ବଜ୍ରପାତ ଘଟି ଜଣଙ୍କ ମୃତ୍ୟୁ ହେବା ସହ ତିନି ଜଣ ଗୁରୁତର ହୋଇଛନ୍ତି । ନାରାୟଣପାଟଣା ବ୍ଲକ ଅନ୍ତର୍ଗତ କୁମ୍ଭାରୀ ପଂଚାୟତ ନାରିଖିଲୁଆ ଗାଁ ବିଲରେ ବଜ୍ରପାତରେ ଜଣେ ଆଦିବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହ ଥିବା ଅନ୍ୟ ତିନି ଜଣ ଗୁରୁତର ହୋଇଥିବା ସୁଚନା ମିଳିଛି । ଗୁରୁତରଙ୍କୁ ଆମ୍ବୁଲାନ୍ସ ସହାୟତାରେ ଗାଁ ଲୋକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସୁଚନାମୁତାବକ ନାରିଖିଲୁଆ ଗାଁ ର ଏହି ଚାରିଜଣ ଯୁବତୀ କାମ ସାରି ବର୍ଷା ଘଡଘଡି ଯୋଗୁଁ ଗାଁ ବିଲ ନିକଟରେ ଥିବା ଏକ ଗଛ ତଳେ ଆଶ୍ରୟ ନେଇଥିଲେ । ହଠାତ୍ ବଜ୍ରପାତ ଘଟିବା ଫଳରେ ଘଟଣା ସ୍ଥଳରେ ହିଁ ନିଳନ୍ତି ମାଣ୍ଡି ଙ୍କ ମୃତ୍ୟୁ ହୋଇଥିଲା । ପରେ ଗାଁ ଲୋକ ଆମ୍ବୁଲାନ୍ସ କୁ ଫୋନ କରି ଗୁରୁତରଙ୍କୁ ଚିକିତ୍ସା ପାଇଁ ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ତେବେ ସେମାନଙ୍କ ଅବସ୍ଥା ଭଲ ଥିବା ସୁଚନା ମିଳିଛି । ଖବର ପାଇ ଥାନା ଅଧିକାରୀ ଓ ସ୍ଥାନୀୟ ତହସିଲଦାର ଗାଁ ରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।



