Sunday, October 11, 2026
Home ଆଞ୍ଚଳିକ ବେଆଇନ ବାଲିଚାଲାଣକୁ ଗ୍ରାମବାସୀଙ୍କ ବିରୋଧ

ବେଆଇନ ବାଲିଚାଲାଣକୁ ଗ୍ରାମବାସୀଙ୍କ ବିରୋଧ

11

ପୁରୀ, ୧୦/୦୫/୨୧ (ଜିଲ୍ଲା ଖବର) : ବେଆଇନ ବାଲିଚାଲାଣକୁ ଗ୍ରାମବାସୀଙ୍କ ବିରୋଧ I ପୁରୀ ଜିଲ୍ଲା ପିପିଲି ବ୍ଲକ ଅନନ୍ତପୁର ଗ୍ରାମ ନିକଟରୁ ଦୟାନଦୀରୁ ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି I ଯଦି ଏହିଭଳି  ଭାବରେ ବେଆଇନ ବାଲି ଚାଲଣ କରାଯାଏ ତେବେ ବିଭିନ୍ନ ଅସୁବିଧାରେ ସମୂଖୀନ ହେବେ ଗ୍ରାମବାସୀ I ନିଜ ଚାଷ ଜମିକୁ ଯିବା ପାଇଁ ଅସୁବିଧା ହେବା ସମେତ ବନ୍ୟା ସମୟରେ ନଦୀରେ ଘାଇ ହେବାର ଆଶଙ୍କା କରାଯାଉଛି I କାରଣ ଏହି ଗ୍ରାମର ନିକଟରେ ପୂର୍ବରୁ ବଡ଼ ଗଣ୍ଡ ସୃଷ୍ଟି ହୋଇଥିବା ଗ୍ରାମବାସୀ କହିଛନ୍ତି । ସ୍ଥାନୀୟ ପ୍ରଶାସନକୁ ଏ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ