Sunday, November 15, 2026
Home ଆଞ୍ଚଳିକ ହିମନ୍ତ ବିଶ୍ବଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଆଜି ନେବେ ଶପଥ

ହିମନ୍ତ ବିଶ୍ବଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଆଜି ନେବେ ଶପଥ

11

୧୦/୦୫/୨୧ (ଜିଲ୍ଲା ଖବର) : ହିମନ୍ତ ବିଶ୍ବଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଆଜି ମଧ୍ୟାହ୍ନ 12ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆସମରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ରବିବାର ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ ହିମନ୍ତ ବିଶ୍ବଶର୍ମା । ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ବଶର୍ମାଙ୍କ ନାଁ ପ୍ରସ୍ତାବ ରଖିଥିଲେ ସର୍ବାନନ୍ଦ ସେନଓ୍ବାଲ । ପାଖାପାଖି ୪୫ ଜଣ ବିଧାୟକ ପ୍ରସ୍ତାବକୁ ସମର୍ଥନ କରିଥିଲେ । ବିଧାୟକ ଦଳ ବୈଠକରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ପାର୍ଟି ମହାସଚିବ ଅରୁଣ ସିଂହ କେନ୍ଦ୍ର ପର୍ଯ୍ୟବେକ୍ଷକ ଭାବେ ସାମିଲ ଥିଲେ । ଏହାପରେ ଅପରାହ୍ମରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ । ଆସାମ ବିଧାନସଭା ନିର୍ବାଚନରେ ୧୨୬ରୁ ବିଜେପି ଏକୁଟିଆ ୬୦ଟି ସିଟରେ ବିଜୟୀ ହୋଇଛି । ୨୦୧୬ ନିର୍ବାଚନ ପୂର୍ବରୁ ବିଜେପି ସର୍ବାନନ୍ଦ ସୋନବାଲଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପ୍ରଦର୍ଶିତ କରିଥିଲା । ହେଲେ ଚଳିତ ନିର୍ବାଚନ ପୂର୍ବରୁ କାହାରିକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିନଥିଲା ଦଳ ।