Monday, October 19, 2026
Home ଆଞ୍ଚଳିକ ପଞ୍ଚଭୂତରେ ଲୀନ ହେଲା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପାର୍ଥିବ ଶରୀର

ପଞ୍ଚଭୂତରେ ଲୀନ ହେଲା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପାର୍ଥିବ ଶରୀର

25

ପୁରୀ,୧୦/୦୫/୨୧ (ଜିଲ୍ଲା ଖବର) : ପଞ୍ଚଭୂତରେ ଲୀନ ହେଲା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପାର୍ଥିବ ଶରୀର । ପୁରୀ ବହ୍ମଗିରି ରାସ୍ତାର ଗିରଳ କୋଭିଡ ସ୍ଵତନ୍ତ୍ର ଶଶ୍ମାନରେ ରାଜ୍ୟସଭା ସାଂସଦ ତଥା ପଦ୍ମବିଭୂଷଣ ଶ୍ରୀ ରଘୁନାଥ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏକ ଆମ୍ବୁଲାନ୍ସରେ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରେ ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ପାର୍ଥିବଶରୀର ଶେଷ ସମ୍ମାନ ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ନାତୀ ପିପିଇ କିଟ ପିନ୍ଧି ମୁଖାଗ୍ନୀ ପ୍ରଦାନ କରିଥିଲେ । ସ୍ବର୍ଗତ ରଘୁନାଥ ୧୯୭୫ମସିହାରେ  ପଦ୍ମଶ୍ରୀରେ ସମ୍ମାନୀତ ହୋଇଥିଲେ। ୨୦୦୧ରେ ପଦ୍ମଭୂଷଣରେ ଏବଂ ୨୦୧୩ରେ ପଦ୍ମବିଭୂଷଣରେ ସମ୍ମାନୀତ ହୋଇଥିଲେ। ତାଙ୍କର ନିଧନରେ କଳା ଭାସ୍କର୍ଯ୍ୟ ଜଗତରେ କଳାବାଦଲ ଢାଙ୍କି ହୋଇଯାଇଛି।