
କେନ୍ଦୁଝର, ୧୦/୦୫/୨୧ (ଜିଲ୍ଲା ଖବର) : ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଚାଲିଛି ଟିକାକରଣ। ମାତ୍ର ଏଥିରେ ବିଭିନ୍ନ ଅବ୍ୟବସ୍ଥା ନେଇ ଲୋକମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ରାତି ୨ଟାରୁ ଲୋକମାନେ ଆସି ଭିଡ଼ ଜମାଇଛନ୍ତି। ୧୫୦ଟି ଟିକା ନେବା ପାଇଁ ୧୦୦୦ ଉପରେ ଲୋକ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି । ଫଳରେ କରୋନା ସଂକ୍ରମଣ ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି। ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ସେପଟେ ଅନେକ ବୟସ୍କ ବ୍ୟକ୍ତି ମଧ୍ୟ ଦୂରଦୂରାନ୍ତରୁ ଆସି ଭିଡ଼ ଜମାଇଥିବା ଦେଖିବାକୁ ମିଳୁଛି।



