Friday, November 13, 2026
Home ଆଞ୍ଚଳିକ ସଦରଥାନା ପୋଲିସ ପକ୍ଷରୁ ୧୧ ଲିଟର ମଦ ଜବତ,୧ ଗିରଫ

ସଦରଥାନା ପୋଲିସ ପକ୍ଷରୁ ୧୧ ଲିଟର ମଦ ଜବତ,୧ ଗିରଫ

15

କୁକୁଡ଼ାଖଣ୍ଡି,୧୦/୫(ଜିଲ୍ଲା ଖଵର) :ସଦରଥାନା ପୋଲିସ ପକ୍ଷରୁ ବେନ୍ଦାଳିଆ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବିଦେଶୀ ମଦ ଚାଲାଣ କରିବା ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ,ବେନ୍ଦାଳିଆ ଗ୍ରାମର ରବୀନ୍ଦ୍ର ସାହୁ(୫୫) ନାମକ ଜଣେ ବ୍ୟକ୍ତି ଆଜି କୋଭିଡ଼ ଗାଇଡ୍ ଲାଇନକୁ ଅବମାନନା କରିବା ସହ ସଟ୍ ଡାଉନର ସୁଯୋଗ ନେଇ ବେଆଇନ ଭାବେ ବିକ୍ରି କରିବା ପାଇଁ ପ୍ରାୟ ୧୧ଲିଟର ବିଦେଶୀ ମଦ କନିସି ଅଞ୍ଚଳରୁ ନିଜ ଗ୍ରାମକୁ ଆଣୁଥିବା ସମୟରେ ସଦର ଥାନା ପୋଲିସ ହାବୁଡ଼ରେ ପଡି ଗିରଫ ହୋଇଥିବା ବେଳେ ସେ ବ୍ୟବହାର କରୁଥିବା OR-07-Z-2856 ନମ୍ବର ବିଶିଷ୍ଟ ହୋଣ୍ଡା ସିଡି ଡିଲକ୍ସ ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି।ତେବେ ଅଭିଯୁକ୍ତ ରବୀନ୍ଦ୍ର ବିରୋଧ ରେ ସଦର ଥାନା କେସ ନଂ-143/21ପ୍ରକାରେ u/s- 188 IPC/52(a) ଓଡ଼ିଶା ଏକ୍ସସାଇଜ ଆକ୍ଟ ଅନୁସାରେ ଦୋଷୀକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ।