Monday, November 16, 2026
Home ଆଞ୍ଚଳିକ ରାଜ୍ୟ ସରକାରଙ୍କୁ ନିବେଦନ, ଇଦଗାହରେ ଇଦ ନମାଜପାଠଲାଗି ଆଇନ ପ୍ରଣୟନ ହେଉ

ରାଜ୍ୟ ସରକାରଙ୍କୁ ନିବେଦନ, ଇଦଗାହରେ ଇଦ ନମାଜପାଠଲାଗି ଆଇନ ପ୍ରଣୟନ ହେଉ

117

ଜଟଣୀ,୧୦/୫(ଜିଲ୍ଲା ଖଵର) : ରାଜ୍ୟ ସରକାର ବିବାହ ଓ ଦଶାହ ଇତ୍ୟାଦି ବିଭିନ୍ନ ଜରୁରିକାଳିନ କାର୍ଯ୍ୟଲାଗି ଆଇନ ପ୍ରଣୟନକରି ଲୋକମାନଙ୍କୁ ସହଯୋଗ କରୁଛନ୍ତି । ସେହିପରି ଇସଲାମ ଧର୍ମିୟ ମୁସଲମାନ ସମ୍ପ୍ରଦାୟଙ୍କ ଦାନ ଓ ଉପାସନାର ପର୍ବ ଇଦ-ଉଲ-ଫିତର ଅବସରରେ ଇଦଗାହ( ଇଦ ନମାଜ ପଢିବା ପିଠ)ରେ ନମାଜପାଠ ପଢିବାଲାଗି ଏକ ଆଇନ ପ୍ରଣୟନକରି ମାତ୍ର ଗୋଟିଏଦିନଲାଗି ଅନୁମତି ଦିଅନ୍ତୁ ବୋଲି ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ରାଜ୍ୟ ଅଧ୍ୟକ୍ଷକ ସେକ ଅବଦୁଲ ଓା୍ୱଲି ଏବଂ ସାଧାରଣ ସମ୍ପାଦକ ବିଜୟ କୁମାର ସେଠୀ ଅନୁରୋଧ କରିଛନ୍ତି । ଚଳିତମାସ ୧୩ କିମ୍ବା ୧୪ ତାରିଖ ଚନ୍ଦ୍ରଦର୍ଶନପରେ ଦାନ ଓ ଉପାସନାର ପର୍ବ ଇଦ-ଉଲ-ଫିତର ପର୍ବ ଅବସରରେ ଇଦଗାହରେ ପଢିବାକୁ ମାତ୍ର ଗୋଟିଏଦିନ ପାଇଁ ଅନୁମତି ମଗାଯାଇଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେବେ ବୋଲି ଆଶାବାନ୍ଧିଛି ପାର୍ଟି । ଏହିଦିନରେ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିଥାନ୍ତି । ତେଣୁ ଏହି ଆଶାକୁ କ୍ଷିଣ ନକରିବାକୁ ଅନେକ ନିବେଦନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରିପବ୍ଲିକାନ ପାର୍ଟି ରାଜ୍ୟ ସରକାରଙ୍କୁ ନିବେଦନର ଗୁହାରି କରିଛି ବୋଲି କହିଛନ୍ତି ପାର୍ଟିର କର୍ମକର୍ତାମାନେ । ମହାମାରୀ କରୋନା କଟକଣା ଯୋଗୁଁ ସରକାର ଯେଉଁସବୁ ପ୍ରତିବନ୍ଧକ ଲାଗୁ କରିଛନ୍ତି ତାହାକୁ ଅନୁସରଣକରି ନମାଜପାଠ କରାଯିବ ବୋଲି ମଧ୍ୟ ସର୍ତମୂଳକଭାବେ ଜଣାଇଛନ୍ତି । ଏନେଇ ପାର୍ଟି ପକ୍ଷରୁ ଏପ୍ରିଲ ୬ ତାରିଖଠାରୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର,ମୂଖ୍ୟ ଶାସନ ସଚିବ ଏବଂ ମାନ୍ୟବାର ମୂଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଲିଖିତଭାବେ ଅନୁରୋଧ କରିଥିବା କହିଛନ୍ତି । ଏହାକୁ ବିଚାରକୁ ନେଇ ଚଳିତ ୧୦ ତାରିଖସୁଧା ସହମତି ଜଣାଇବାଲାଗି ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି ।
ରୀପୋର୍ଟ ,ସଞ୍ଜୀବ କୁମାର