Thursday, October 15, 2026
Home ଆଞ୍ଚଳିକ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ ମହାନତା

ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ ମହାନତା

143

ବାଲିଗୁଡ଼ା,୯/୫ { ସୁକାନ୍ତ କୁମାର ତ୍ରିପାଠୀ } : ତୁମୁଡ଼ିବନ୍ଧ ବ୍ଲକର ତିଳୋତ୍ତମା ମିଶ୍ର ଙ୍କ ଘର |ଏହି ମହିଳାଙ୍କ ଦୁଇଟି ପୁଅ ଅଛନ୍ତି ଗୋଟଏ ପୁଅର ବୟସ ୫ ବର୍ଷ ଓ ଆଉ ଗୋଟିଏ ପୁଅର ବୟସ ମାତ୍ର ୮ମାସ | ସ୍ଵାମୀ ଓଡିଶା ବାହାରେ ରହି କାମ କରନ୍ତି | ୮ମାସ ଛୁଆକୁ ଜ୍ଵର ହେବାରୁ ପ୍ରଥମେ ସେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ତୁମୁଡିବନ୍ଧକୁ ଚିକିତ୍ସା ନିମନ୍ତେ ନେଇଥିଲେ ସେଠାର ଡାକ୍ତର ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ | ବାଲିଗୁଡ଼ାରେ ଡାକ୍ତର ଦେଖିବାପରେ ମହିଳାଙ୍କ ପାଖରେ ଟଙ୍କାର ଅଭାବ ହେତୁ ଔଷଧ କିଣି ନ ପାରି ସେ ଆହାର କେନ୍ଦ୍ର ସମ୍ମୁଖ ରେ ବସିରହିଥିଲେ | ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ୍ କୁମାର ପୁଜାହାରି ସଟ୍ ଡାଉନ୍ ଯୋଗୁଁ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମହିଳା ଜଣକ କଣ ପାଇଁ ଏଠୀ ବସିଛନ୍ତି ପଚାରି ବୁଝିଥିଲେ |ମହିଳା ଜଣକ ସମସ୍ତ ବିଷୟ କିହିବା ପରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ୍ କୁମାର ପୂଜାହାରି ସଙ୍ଗେ ସଙ୍ଗେ ୮ମାସର ପୁଅ ପାଇଁ ଔଷଧ, ଖାଇବା ସାମଗ୍ରୀ, କିଛି ଆର୍ଥିକ ସାହାଯ୍ୟ କରିବା ସହ ତାଙ୍କର ଘରକୁ ଯିବା ପାଇଁ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ |