
ହିଂଜିଳିକାଟୁ,୯/୫(ଜିଲ୍ଲା ଖଵର) : ହିଂଜିଳିକାଟୁ ସହରକୁ ସରସ ସୁନ୍ଦର କରିବା ପାଇଁ ବିବିଧ ପଦକ୍ଷେପମାନ ଆପଣାଉଛି ପୌର ପରିଷଦ ।ହିଂଜିଳିକାଟୁ ପ୍ରବେଶ ପଥ ଅର୍ଥାତ୍ ଆରଏମସି କାର୍ଯ୍ୟାଳୟ ନିକଟରେ ଏହି ଲଢେ଼ଇ ଯୁଦ୍ଧଟ୍ୟାଙ୍କର ସ୍ଥାପନ ହେବ ।ଯାହା କି ସହରର ସୌନ୍ଦର୍ଯ୍ୟକରଣ ଦିଗରେ ଆଉ ପାଦେ ଆଗେଇବା ସହ ପିଲାଙ୍କ ଶିକ୍ଷଣୀୟ କାର୍ଯ୍ୟକଳାପକୁ ଆହୁରି ମଜବୁତ୍ କରିବ ବୋଲି ଆଶା କରାଯାଉଛି ।


